Surya Kumar Yadav: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ବିଶ୍ଵକପ ଜିତିଥିଲେ ମଧ୍ୟ ଦଳରୁ ବାଦ୍ ପଡ଼ି ପାରନ୍ତି  ଏହି ଷ୍ଟାର ଖେଳା। ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଭାରତୀୟ ଦଳରୁ ବାଦ୍ ପଡ଼ିବାର ଆଶଙ୍କା ଦେଖା ଦେଇଛି। ସୂର୍ଯ୍ୟଙ୍କ ଉପରେ ଏହି ବିପଦ ତାଙ୍କର ଖରାପ ଫର୍ମ କାରଣରୁ ସୃଷ୍ଟି ହୋଇଛି।

ଟି-୨୦ ବିଶ୍ଵକପଠୁ ଏ ପର୍ଯ୍ୟନ୍ତ ଆଇପିଏଲରେ ସୂର୍ଯ୍ୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏମିତି ଲାଗୁଛି ସେ ଫର୍ମ ଭୁଲି ସାରିଛନ୍ତି। ତାଙ୍କ ଉପରେ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କ ନଜର ମଧ୍ୟ ରହିଛି। ଏମିତିରେ ପ୍ରଶ୍ନ ଉଠୁଛି ଯେ, ଆଗାମୀ ଟି-୨୦ ସିରିଜ୍ ଏନଂ ୨୦୨୮ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିବ କି ନାହିଁ ?

Also Read: ପୁଣି ଚର୍ଚ୍ଚାରେ ୟୁଜବେନ୍ଦ୍ର ଚହଲ, ପଡ଼ିଲେ ଏହି ଅଭିନେତ୍ରୀଙ୍କ ପ୍ରେମରେ ! ବ୍ୟକ୍ତିଗତ ଚାଟ୍ ଦେଖାଇଲେ ଆକ୍ଟ୍ରେସ

ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ କର ବା ମର

ଆଇପିଏଲ ପରେ ସୂର୍ଯ୍ୟକୁମାର ଯାଦବ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ତଥାପି, ସେଠାରେ ଟି-୨୦ ସିରିଜ୍ ତାଙ୍କ ଅଧିନାୟତ୍ଵ ନୁହେଁ ବରଂ ତାଙ୍କ ବ୍ୟାଟିଂର ପରୀକ୍ଷା କରିବ। ଏହି ଦୁଇଟି ଗସ୍ତ ସେ ୨୦୨୮ରେ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଖେଳିବେ କି ନାହିଁ ତାହା ନିର୍ଣ୍ଣୟ କରିପାରେ। ଏଥିରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ଏବଂ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ସାମିଲ୍।

ସୂର୍ଯ୍ୟଙ୍କ ପାଇଁ ଭଲ ଖବର ହେଉଛି ଯେ ସେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ରହିଛନ୍ତି, ତାଙ୍କର ଚୁକ୍ତିନାମା ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ତଥାପି, ଚୟନ କମିଟି ଏଥିରେ ରାଜି ହେବେ କି ନାହିଁ ତାହା ଦେଖିବା ବଡ଼ କଥା ହେବ। କାରଣ ସୂର୍ଯ୍ୟ ଅଲିମ୍ପିକ୍ସ ସମୟରେ ୩୮ ବର୍ଷ ବୟସର ହୋଇଥିବେ।