ଭୁବନେଶ୍ୱର ୧୬।୦୫ : ରାତି ବିତି ଭୋର ହେଲା। ପେଟ୍ରୋଲ ପମ୍ପରୁ ଭିଡ଼ କମିନି । ଆଶା ଥିଲା, ଆଜି ସକାଳୁ ସେତେଟା ଭିଡ଼ ଜମିବନି । ତୈଳ ଯୋଗାଣ ସ୍ବାଭାବିକ ହେବ। ହେଲେ ଆଜି ସକାଳୁ ବି ପେଟ୍ରୋଲ୍ ପମ୍ପରେ ଧାଡି ଲାଗିଛି । ପମ୍ପ ଭିତରେ ଓ ରାସ୍ତା ଉପରେ କାର, ବାଇକର ଲମ୍ବା ଲାଇନ୍ ଲାଗିଛି ।

ରାତିତମାମ ଅପେକ୍ଷାରେ ଅଛନ୍ତି ଗ୍ରାହକ, କେତେବେଳେ ସକାଳେ ଟାଙ୍କି ଖୋଲିବ ଆଉ ତେଲ ମିଳିବ। ସୂର୍ଯ୍ୟ ଉଇଁବା ପୂର୍ବରୁ ପେଟ୍ରୋଲ ପମ୍ପ ଆଗରେ ଧାଡ଼ି ବାନ୍ଧିଛନ୍ତି ଲୋକେ। କାଳେ କେଉଁ ପମ୍ପରୁ ତେଲ ସରିଯିବ। ଆଉ ମିଳିବନି। ସେହି ଆଶଙ୍କାରେ କେହି ବି ଲାଇନ୍ ଛାଡୁ ନାହାନ୍ତି । ସମସ୍ୟା ଅସମ୍ଭାଳ । 

Also Read:-Horoscope Today : ମେ'୧୬ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଏପଟେ କିନ୍ତୁ ହାତ ଝାଡ଼ିଦେଇଛି ଯୋଗାଣ ବିଭାଗ, ତୈଳ କମ୍ପାନି। କହିଲେ ସବୁ ଦୋଷ ଲୋକଙ୍କର। କେହି ବ୍ୟସ୍ତ ହୁଅନି। ଏବେ ଆମ ପାଖରେ ୧୩ ଦିନ ପାଇଁ ତେଲ ଷ୍ଟକ୍ ଅଛି। ଆମେ ଅନ୍ୟ ରାଜ୍ୟକୁ ତେଲ ଯୋଗାଉଛୁ, ଆମର ଅଭାବ ନାହିଁ। ଏହା କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଓଡ଼ିଶାରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ମହଜୁଦ୍ ରହିଛି । ଏହାକୁ ରାଜ୍ୟରେ ତେଲ ସଙ୍କଟ ବୋଲି କୁ ହାଯାଇପାରିବନି। ଜନସାଧାରଣ ବିନା କାରଣରେ ଆତଙ୍କିତ ଓ ବ୍ୟସ୍ତ ହୋଇ ତେଲ ଟାଙ୍କି ମୁହାଁ ହେଉଥିବାରୁ ଏଭଳି ସ୍ଥିତି ହୋଇଛି। ଏହା କହିଛନ୍ତି ଆଇଓସିଏଲର ସିଜିଏମ୍ କମଳ ସିଲ୍।