ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅନ୍ତରୀକ୍ଷରେ ଯଦି ଗୋଟେ ବି ଆଣବିକ ବୋମା ବିସ୍ଫୋରଣ ହୁଏ ତେବେ ବହୁତବଡ଼ ବିପଦର କାରଣ ହୋଇପାରେ। ଦେଶମାନେ ଏବେ ସ୍ପେସ୍ ରେ ଅସ୍ତ୍ରଶସ୍ତ୍ର ଗଛିତ କରିବା ଲାଗି ପ୍ରତିଯୋଗୀତା ଆରମ୍ଭ କରିଦେଇଛନ୍ତି। ଏଥିରେ କିଛି ବିଶେଷଜ୍ଞଙ୍କ ଭୟ ଯେ ବୋଧେ ହୁଏ ନ୍ୟୁକ୍ସିୟର ଅସ୍ତ୍ର ପୂର୍ବରୁ ମହାକାଶକୁ ପହଞ୍ଚି ସାରିଛି। ଏଣୁ ଯଦି ମହାକାଶରେ ବିସ୍ଫୋରଣ ହୁଏ ତେବେ ପୃଥିବୀର ନିମ୍ନ କକ୍ଷପଥରେ ଥିବା ସବୁ ମାନବକୃତ ଉପଗ୍ରହ (ସାଟେଲାଇଟ)କୁ ସମାପ୍ତ କରିଦେବ ଓ ଏହା ପୂର୍ବରୁ ମଧ୍ୟ ହୋଇଛି।

ୟୁନିଭର୍ସିଟି ଅଫ ୱିସ୍କନସିନ-ମ୍ୟାଡିସନ (ୟୁଡବ୍ଲୁ) ଓ ପ୍ରିନ୍ସଟନ ୟୁନିଭର୍ସିଟିର ଗବେଷକମାନେ କହିଛନ୍ତି ଯେ ଏକ କମଶକ୍ତିଶାଳୀ ବିସ୍ଫୋରଣ ମଧ୍ୟ ପୃଥିବୀ ନିମ୍ନ କକ୍ଷରେ ପ୍ରଳୟ ସୃଷ୍ଟିକରିପାରେ। ଏହି ଅଧ୍ୟୟନର ଅଂଶବିଶେଷ ଭାବେ ଗବେଷକମାନେ ଦକ୍ଷିଣ ଆଟଲାଣ୍ଟିକର ୫୦୦ କିଲୋମିଟର ଆକାଶ ଉପରେ ଯେଉଁଠି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ବହୁତ କମ୍ ସେଠାରେ ୧ ମେଗାଟନ ନ୍ୟୁକ୍ଲିୟର ବିସ୍ଫୋରଣର ନକଲ କରିଥିଲେ। ଏଠାରେ ଦକ୍ଷିଣ ଆଟଲାଣ୍ଟିକ ଆନାମୋଲି ହେଉଥିବାରୁ ବିସ୍ଫୋରଣର ପ୍ରଭାବ ଢେର ବଢିଯାଇଥିଲା ଓ ରେଡିଓଆକ୍ଟିଭ ପାର୍ଟିକ୍ଲ ସ୍ପେସ୍ ପକେଟ୍ ରେ ଫଶି ଯାଇଥିଲେ ଓ ସାଟେଲାଇଟ୍ ଏହି ଅଞ୍ଚଳ ଦେଇ ଗତି କରନ୍ତି।

ଏହି ଅଧ୍ୟୟନର ପ୍ରଥମ ଲେଖକ ଜ୍ୟାକ ପିଟରସନ କହିଛନ୍ତି ଯେ ‘ରେଡିଓଆକ୍ଟିଭ ଫିସନ-ପ୍ରଡକ୍ଟ ଖରାପ ହେବା ଯୋଗୁ ବାହାରିଥିବା ଇଲେକ୍ଟ୍ରନ ପୃଥିବୀର ମ୍ୟାଗ୍ନେଟିକ ଫିଲ୍ଡରେ ଫଶି ଯାଇଛନ୍ତି’। ଏଣୁ ଏକ କୃତ୍ରିମ ରେଡିଏସନ ବେଲ୍ଟ ସୃଷ୍ଟି ହେବା ସହ ସାଟେଲାଇଟଙ୍କୁ ପ୍ରଭାବିତ କଲା। ପ୍ରମ୍ପଟ ବ୍ରଷ୍ଟର ଓଲଟା ଏକ ଫଶି ରହିଥିବା ବେଲ୍ଟ ବାରମ୍ବାର ସ୍ପେସ୍ କ୍ରାଫ୍ଟକୁ ଏକ୍ସପୋଜ କରେ ଯେତେବେଳେ ଏହାସେହି ବାଟ ଦେଇ ଯାଏ। ଆଜି ଏପରି ଘଟଣା ଘଟିଲେ ଘନ ଜନସଂଖ୍ୟ ଅର୍ବିଟଲ ପରିବେଶରେ ଏପରି ହେବ।

ସିମୁଲେସନରେ ଗବେଷକମାନେ ଦେଖିବାକୁ ପାଇଛନ୍ତି ଯେ ଏବେର ସବୁ ସାଟେଲାଇଟ୍ ମଧ୍ୟରୁ ୨୫ ପ୍ରତିଶତ ଅର୍ଥାତ ୧୩,୩୦୦ ସାଟେଲାଇଟ ସାଉଥ ଆଟଲାଣ୍ଟିକ ଆନାମୋଲି ଅଞ୍ଚଳରେ ଦିନକ ପରେ ଡିସାବଲ ବା ଅକ୍ଷମ ହୋଇଯିବେ। ତୃତୀୟ ଦିନ ପର୍ଯ୍ୟନ୍ତ ୭୮ ପ୍ରତିଶତ ସପ୍ତାହକ ପରେ ୯୮ ପ୍ରତିଶତ ସାଟେଲାଇଟ୍ ନଷ୍ଟ ହୋଇଯିବେ, ଯାହା ୧୫ ଦିନ ବେଳକୁ ୯୯.୪ ପ୍ରତିଶତକୁ ପହଞ୍ଚିଯିବ। ଏଥିରେ ଯଦି ସାଟେଲାଇଟମାନଙ୍କୁ ବିକିରଣ ପ୍ରୋଟେକ୍ସନ ଦିଆବି ଯାଏ ତଥାପି ୯୯.୩% ସାଟେଲାଇଟ୍ ୩୦ ଦିନ ମଧ୍ୟରେ ଅକାମୀ ହୋଇଯିବେ। ଯଦି ସବୁଠୁ ଦୁର୍ବଳ ୧୦୦ କିଲୋଟନର ୱାରହେଡ ବି ବିସ୍ଫୋରଣ ହୁଏ ତେବେ ୯୯% ସାଟେଲାଇଟ ବର୍ଷକମଧ୍ୟରେ ଅକାମୀ ହୋଇଯିବେ।

ଅନ୍ତରୀକ୍ଷରେ ଏହି ବିସ୍ଫୋରଣ ଯୋଗୁ ସ୍ପେସ୍ ଡେବ୍ରି ବଢିଯିବ। ୧୦ବର୍ଷରେ ପୃଥିବୀକୁ ପରିକ୍ରମା କରୁଥିବା ସ୍ପେସ୍ ଜଙ୍କ ୩,୯୦୦ ଖଣ୍ଡ ହୋଇଯିବ। ଅଧ୍ୟୟନରେ ଏହା ବି କୁହାଯାଇଛି ଯେ ଦୀର୍ଘ ସମୟ ଧରି ଅନ୍ତରୀକ୍ଷରେ ଭାସିବୁଲୁଥିବା ଖଣ୍ଡ ଲଗାତାର ଧକ୍କା ଲାଗି ଆହୁରି ଖଣ୍ଡ ଖଣ୍ଡ ହୋଇ ଅନିୟନ୍ତ୍ରିତ ହୋଇଯିବେ।