ଯାଜପୁର ୦୭।୧୧ : ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ । ଗାଧୋଇବାକୁ ଯାଇଥିବା ବେଳେ ଉଦୟ ନାଥ ସାହୁଙ୍କୁ ଆକ୍ରମଣ କରିଛି କୁମ୍ଭୀର । ଯାଜପୁର ରୋଡ୍ ବନାଞ୍ଚଳ ଅନ୍ତର୍ଗତ ପହଂଗା ପଞ୍ଚାୟତର ରାଉତରାପୁର ଗାଁ ନିକଟରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ଆଜି ମଧ୍ୟାହ୍ନରେ ଉଦୟ ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ଆକ୍ରମଣରେ ଉଦୟ ଗୁରୁତର ଆହତ ହୋଇଥିଲେ । ନିକଟରେ ଥିବା ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

Also Read:-

ଅନ୍ୟପଟେ, ଖରସ୍ରୋତା ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣାକୁ ନେଇ ରାଉତରାପୁର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ । ନଦୀକୁ ଗାଧୋଇବାକୁ ଯିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି । କୁମ୍ଭୀର ଆତଙ୍କ ରୋକିବା ଦିଗରେ ବନ ବିଭାଗର କାର୍ଯ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।