ଭୁବନେଶ୍ବର ୭।୬: ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି । ମୃତ ସୌମ୍ୟଙ୍କ ମୌଜପୁର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ସୌମ୍ୟଙ୍କ ଘରେ ଖୋଳତାଡ଼ କରୁଛନ୍ତି । ଭାଇରାଲ୍ ହୋଇଥିବା ଅଡିଓ କ୍ଲିପ୍, ହ୍ୱାଟ୍ସଆପ୍ ଚାଟିଂ ଓ ସୌମ୍ୟଙ୍କ ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି ।

ସେପଟେ ଏହି ଘଟଣାରେ ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି।

Also Read:- ସାମ୍ନାକୁ ଆସିଲା କନଷ୍ଟେବଳ ଆଶୁତୋଷ ସାଂଘାତିକ ଭିଡିଓ, କିଏ ମାରିବାକୁ ଚାହୁଁଥିଲେ.. କହିଦେଲେ ସବୁ ସତ

ଏନଏଚଆରସିରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ଅବୈଧ ଭାବେ ନିୟୋଜିତ କରିଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

ଏପଟେ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ଘଟଣାରେ ଏନଏଚଆରସି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହି ନୂଆ ଅଭିଯୋଗ ମାମଲାକୁ ଆହୁରି ଗୁରୁତ୍ୱ ବଢ଼ାଇଛି

ମୃତ ସୌମ୍ୟଙ୍କ ମାଆ ADG ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସୌମ୍ୟ ADGଙ୍କ ଘରକୁ ପ୍ରତିଦିନ ଯାଉଥିଲେ । ADGଙ୍କ ସେବା କରୁଥିଲେ । ମାଲିସ କରୁଥିଲେ । ଯେଉଁଥିପାଇଁ ସୌମ୍ୟଙ୍କ ହାତ ବିଣ୍ଡି ପଡିଯାଇଥିଲା । ସୌମ୍ୟ ମାନସିକ ସ୍ତରରେ ନିର୍ଯାତନା ପାଉଥିବା ନେଇ ଅଭିଯୋଗ ହୋଇଥିଲା ।