ବ୍ରହ୍ମପୁର ୦୭।୦୬ : ବ୍ରହ୍ମପୁର ଟାଉନ ଥାନା ବିଜିପୁର ପୋଲିସ କଲୋନିରେ ରହୁଥିବା OMV କନଷ୍ଟେବଳ ଆଶୁତୋଷ ପୋଡ଼ି ହେବା ଘଟଣାରେ ନୂଆ ମୋଡ଼। ଆତ୍ମହତ୍ୟା ଉଦ୍ୟମ ନୁହେଁ ବରଂ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଆଶୁତୋଷଙ୍କ ପତ୍ନୀ ତାଙ୍କୁ ହତ୍ୟା କରିବା ପାଇଁ ଏଭଳି କରିଥିବା ଅଭିଯୋଗ ହୋଇଛି।

ଓଡ଼ିଶା ମୋଟର ଭେଇକଲ୍ ବିଭାଗରେ କାର୍ଯ୍ୟ କରନ୍ତି ଆଶୁତୋଷ। ତାଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ସେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କନଷ୍ଟେବଳ ସନ୍ଧ୍ୟାରାଣୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା। କିନ୍ତୁ କିଛିଦିନ ପରେ ଆଶୁତୋଷ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ସନ୍ଧ୍ୟାରାଣୀ। ଏହି ମାମଲାରେ ତାଙ୍କୁ ଜେଲ୍ ହୋଇଥିଲା। ଜେଲରୁ ବାହାରିବା ପରେ ସେ ପତ୍ନୀ ରହୁଥିବା କ୍ବାର୍ଟରକୁ ଯାଇଥିଲେ। ସେଠାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଧ୍ୟାରାଣୀ କହୁଥିବା ବେଳେ , ପରିବାର ଲୋକେ ଏହାକୁ ହତ୍ୟା ଉଦ୍ୟମ ବୋଲି କହୁଛନ୍ତି। ସନ୍ଧ୍ୟାରାଣୀ ତାଙ୍କୁ ମିଛ ମାମଲାରେ ଫସାଇ ଜେଲ୍ ପଠାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Also Read:-ବକେୟା ରହିଛି ୭୦ କୋଟି, ଖଣି ମାଲିକଙ୍କ ଘରେ ଚାଲିଛି ବଡ଼ଧରଣର ଚଢାଉ