ଆଠଗଡ଼ ୨୧।୦୬ : ଗୋ-ମାଫିଆଙ୍କ ଦଣ୍ଡ । ଗୋ-ମାଫିଆଙ୍କ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଆଠଗଡ଼ ଅତିରିକ୍ତ ଜିଲ୍ଲା ବିଚାରପତି ରାଜ କୁମାର ଦାସ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି ।

ଗତ ଫେବୃଆରୀ ମାସରେ ଖୁଣ୍ଟୁଣୀ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୋ-ଚାଲାଣ ସଂପର୍କରେ ଖବର ଚଢାଉ କରିଥିଲେ । ପରବର୍ତ୍ତୀ ସମୟରେ ଚୌଦ୍ୱାର ଥାନା ସୁଲତାନପୁର ଅଞ୍ଚଳର ଏସ କେ ଅର୍ମନଙ୍କୁ ଗିରଫ ଲକରିଥିଲା । ତାଙ୍କ ବିରୋଧରେ ପୋଲିସ ଅଭିଯୋଗ ପତ୍ର ମଧ୍ୟ ଦାୟର କରିଥିଲେ । ଜିଲ୍ଲା ଜଜ ଅଭିଯୋଗ ପତ୍ର ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଦେବାଶିଷ ସିତ୍ ଏବଂ ସୁଶାନ୍ତ ମିଶ୍ର ଏହି ମୋକଦ୍ଦମାର ପରିଚାଳନା କରିଥିଲେ । ଭାରତୀୟ ନ୍ୟାୟ ସଂହିତା ୧୧୧(୨) ସଂଗଠିତ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର କୋର୍ଟ। ଏଥିରେ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କାର ଜୋରିମାନା ଆଦେଶ କରିଛନ୍ତି।

Also Read:-

Weather Update : ସବୁଠି ଖସିଲା ତାତି, ଉତ୍ତର ଓ ଉପକୂଳରେ ବର୍ଷିବ