ଭୁବନେଶ୍ୱର ୨୧।୦୬:  ସବୁଠି ତାତି ଖସିଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୪ରୁ ୩୫ ଡିଗ୍ରୀ ତଳକୁ ଖସି ଆସିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ତାପମାତ୍ରା କମିଛି। ରବିବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି।

ସେହିପରି ରବିବାର ବାଲେଶ୍ଵର ଓ ମୟୂରଭଞ୍ଜରେ ଭାରି ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ଘଡ଼ଘଡ଼ି ଓ ବର୍ଷା ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୨, ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Also Read:-ବଦଳିଲା ଯୁଗ, MBA ସଫ୍ଟୱେୟାର ଇଞ୍ଜିନିୟରିଂର ନାହିଁ ମୂଲ୍ୟ, ଅଫିସ କର୍ମଚାରୀ ଅପେକ୍ଷା ବଢ଼େଇ ଓ ମେକାନିକ, ଡ୍ରାଇଭର କରିବେ ଅଧିକ ରୋଜଗାର

ଶନିବାର ହୀରାକୁଦରେ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୮, ସମ୍ବଲପୁରରେ ୪୦.୬ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି। ଦାରିଙ୍ଗବାଡ଼ି ଓ ନୟାଗଡ଼ରେ ସବୁଠୁ କମ୍ ବା ୩୦ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର ବାକି ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।