ଅହମ୍ମଦାବାଦ / ରାୟପୁର: ଏକ ଅଭାବନୀୟ ତଥା ଲୋମହର୍ଷଣକାରୀ କ୍ରାଇମ୍ ସାମ୍ନାକୁ ଆସିଛି। ନିଜ ଜନ୍ମକଲା ବଡ଼ ପୁଅକୁ ମାରିବା ପାଇଁ ଜଣେ ମା'ଯେଉଁ କଣ୍ଟ୍ରାକ୍ଟ କିଲର ବା ସୁପାରି କିଲର୍ ନିଯୁକ୍ତି ଦେଇଥିଲେ,ସେହି କିଲର୍ ଓଲଟା ମା'କୁ ହିଁ ହତ୍ୟା କରି ଟଙ୍କା ଓ ସୁନାଗହଣା ଲୁଟି ଫେରାର୍ ହୋଇଯାଇଥିଲା। ଦୀର୍ଘ ୫ ବର୍ଷ ଧରି ଲୁଚି ରହିବା ପରେ ଶେଷରେ ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ ଅଭିଯୁକ୍ତ ଅଜୟ ମିଶ୍ରକୁ ନରୋଡା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗିରଫଦାରୀ ସହିତ ଛତିଶଗଡ଼ର ରାୟପୁରରେ ୨୦୨୧ ମସିହାରେ ଘଟିଥିବା ଏକ ବହୁଚର୍ଚ୍ଚିତ ହତ୍ୟା ଓ ଲୁଟ୍ ମାମଲାର ପର୍ଦ୍ଦାଫାଶ ହୋଇଛି।
​​​​​​​Also Read: Maoist Operations: କନ୍ଧମାଳ ଜିଲ୍ଲାରେ ଅଛନ୍ତି ୧୧ ମାଓବାଦୀ, ଧରିବା ପାଇଁ ଚାଲିଛି ବଡ଼ କମ୍ବିଂ ଅପେରସନ

ପାରିବାରିକ ବିବାଦରୁ ହତ୍ୟା ଷଡ଼ଯନ୍ତ୍ର

  • ସମ୍ପତ୍ତି ବିବାଦ: ପୋଲିସର ସୂଚନା ଅନୁଯାୟୀ,ଏହି ଘଟଣାର ମୂଳ କାରଣ ଥିଲା ପାରିବାରିକ ସମ୍ପତ୍ତି ବିବାଦ। ରିପୋର୍ଟ ଅନୁଯାୟୀ,ମୃତ ଶକୁନ୍ତଳା ଯାଦବ ଏବଂ ତାଙ୍କ ସାନ ପୁଅ ଅମିତ ଯାଦବ ମିଶି ବଡ଼ ପୁଅକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।
  • ୪ ଲକ୍ଷର ସୁପାରି: ଏଥିପାଇଁ ସେମାନେ ନିଜର ପରିଚିତ ତଥା ଏକ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଅଜୟ ମିଶ୍ରକୁ ସୁପାରି ଦେଇଥିଲେ। ହତ୍ୟା ପାଇଁ ୪ ଲକ୍ଷ ଟଙ୍କାରେ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ଅଜୟକୁ ଆଡଭାନ୍ସ ବାବଦରେ ୧ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଥିଲା।

Also Read: ପୁରୀରେ ପ୍ରବଳ କୁହୁଡ଼ି, ଲୁଚିଗଲା ବଡ଼ଦେଉଳ...

ପ୍ଲାନ୍ ବଦଳାଇଲା କିଲର୍,ଗଲା ମା'ର ଜୀବନ

  • ଟଙ୍କା ଫେରସ୍ତ ମାଗିବାରୁ ଅଘଟଣ: ଆଡଭାନ୍ସ ନେବା ପରେ ବି ଅଜୟ କାମ ନକରି ନିଜ ଗାଁକୁ ପଳାଇଥିଲା। ପରେ ଶକୁନ୍ତଳା ଏବଂ ଅମିତ ତାକୁ ଖୋଜି ବାହାର କରି ଟଙ୍କା ଫେରସ୍ତ ମାଗିବାରୁ ସେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କିଛି ମାସ ପରେ ସେ ଏକ ଭିନ୍ନ ଷଡ଼ଯନ୍ତ୍ର ନେଇ ଫେରିଥିଲା।
  • ଗଳାଚିପି ହତ୍ୟା ଏବଂ ଲୁଟ୍: ଅଜୟ ତା'ର ସହଯୋଗୀ କେତନ ତିୱାରୀ ସହ ମିଶି ଶକୁନ୍ତଳା ଘରେ ଏକାକୀ ଥିବା ସମୟରେ ପହଞ୍ଚିଥିଲା। ଟଙ୍କା ଫେରସ୍ତ କରିବା ବଦଳରେ ସେମାନେ ଏକ ରଶି ସାହାଯ୍ୟରେ ଶକୁନ୍ତଳାଙ୍କୁ ଗଳାଚିପି ହତ୍ୟା କରିଥିଲେ। ଏହାପରେ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଏବଂ ୩୫୦ ରୁ ୪୫୦ ଗ୍ରାମ୍ ସୁନା ଅଳଙ୍କାର ଲୁଟି ନେଇଥିଲେ। ପୋଲିସର କହିବା ଅନୁଯାୟୀ,ଅଭିଯୁକ୍ତମାନେ ପରେ ସେହି ସୁନାକୁ ବିକ୍ରି କରିଦେଇଥିଲେ।

Also Read:Dhurandhar Revenge: ୨୬/୧୧ ଆକ୍ରମଣକୁ ଭୁଲି ପାରିନଥିଲେ ଅର୍ଜୁନ ରାମପାଲ, ‘ଧୁରନ୍ଧର-୨’ରେ ନେଲେ ପ୍ରତିଶୋଧ

୫ ବର୍ଷ ଧରି ପରିଚୟ ଲୁଚାଇଥିଲା ଅଭିଯୁକ୍ତ

  • ଟେକ୍ନୋଲୋଜିରୁ ଦୂରରେ: ହତ୍ୟାକାଣ୍ଡ ପରେ ଅଜୟ ଫେରାର୍ ହୋଇଯାଇଥିଲା। ପୋଲିସ ଆଖିରେ ଧୂଳି ଦେବା ପାଇଁ ସେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ବନ୍ଦ କରିଦେଇଥିଲା ଏବଂ ପାନ୍ ବା ଆଧାର କାର୍ଡ ଭଳି କୌଣସି ସରକାରୀ ପରିଚୟ ପତ୍ର ମଧ୍ୟ ବ୍ୟବହାର କରୁନଥିଲା।
  • ଅହମ୍ମଦାବାଦରେ ନୂଆ ଠିକଣା: ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲୁଚି ଛପି ବୁଲିବା ପରେ ଶେଷରେ ୨୦୨୨ ରେ ଅହମ୍ମଦାବାଦର ନରୋଡା ଅଞ୍ଚଳରେ ନିଜର ପରିଚୟ ଗୋପନ ରଖି ସାଧାରଣ ଜୀବନଯାପନ କରୁଥିଲା। ତେବେ କ୍ରାଇମ୍ ବ୍ରାଞ୍ଚର ନିରନ୍ତର ପ୍ରୟାସ ଏବଂ ନୂଆ ସୁରାଗ୍ ଆଧାରରେ ଶେଷରେ ସେ ଧରାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ,ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ଏବଂ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।