ମୁମ୍ବାଇ ୨୩।୩: ଫିଲ୍ମ ‘ଧୁରନ୍ଧର-୨’ରେ ଅଭିନୟ କରି ଏବେ ଚର୍ଚ୍ଚାରେ ଅଭିନେତା ଅର୍ଜୁନ ରାମପାଲ । ଏହି ଫିଲ୍ମରେ ସେ ମେଜର ଇକବାଲ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ, ଅଭିନେତା ଅର୍ଜୁନ ରାମପାଲ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ଜଡିତ ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ନଭେମ୍ବର ୨୬ ହେଉଛି ତାଙ୍କ ଜନ୍ମଦିନ । ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ଠିକ୍ ସେହି ଦିନ ହୋଇଥିଲା । ସେଦିନ ଜଣେ ବନ୍ଧୁଙ୍କ ପାଇଁ ସେ ଏହି ଆକ୍ରମଣର ଶିକାର ହେବାରୁ ବର୍ତ୍ତିଯାଇଥିଲେ । ଏଭଳି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ସେ ୧୭ ବର୍ଷ ପରେ ନେବାର ସୁଯୋଗ ପାଇଛନ୍ତି ବୋଲି ଅର୍ଜୁନ କହିଛନ୍ତି ।

ଅନୁଭୂତି ସେୟାର କଲେ ଅର୍ଜୁନ

ରବିବାର ଦିନ ମୁମ୍ବାଇରେ ଅନୁଷ୍ଠିତ 'ହେଲୋ! ହଲ୍ ଅଫ୍ ଫେମ୍ ଆଓ୍ବାର୍ଡ-୨୦୨୬'ରେ ଅର୍ଜୁନ ରାମପାଲଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ପାଇବା ବେଳେ ସେ ୨୦୦୮ ମୁମ୍ବାଇ ଆକ୍ରମଣର ଅନୁଭୂତି ସେୟାର କରିଥିଲେ । ଏହି ଆକ୍ରମଣର ଅନୁଭୂତି କେମିତି ତାଙ୍କ ଅଭିନୟରେ ସାହାଯ୍ୟ କରିଥିଲା ତାହା ମଧ୍ୟ କହିଥିଲେ । ସେ ତାଙ୍କ ସାଙ୍ଗଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ଆଉ ସେହି ଦୁର୍ଭାଗ୍ୟପୂର୍ଣ୍ଣ ସମୟକୁ ମନେ ପକାଇଥିଲେ । ସେ ତାଙ୍କ ଫିଲିଙ୍ଗ୍ସ ସେୟାର କରିବା ସହ ଏହି ଘଟଣା କେତେ ଭୟଙ୍କର ଥିଲା ତାହା ବର୍ଣ୍ଣନା କରିଥିଲେ । ଅର୍ଜୁନଙ୍କୁ ସେହି ଦୃଶ୍ୟରେ ଅଭିନୟ କରିବା ବେଳେ ୨୬/୧୧ ଆକ୍ରମଣର ପ୍ରତିଶୋଧ ନେବା ଭଳି ଅନୁଭବ ହୋଇଥିଲା ।

Also Read- ‘ଧୁରନ୍ଧର୍-୨’ ପରେ ଅର୍ଜୁନ ରାମପାଲଙ୍କୁ ବଡ଼ ଅଫର୍, ଋଷଭ ଶେଟ୍ଟୀଙ୍କ ପ୍ରୋଜେକ୍ଟରେ ଆସିବେ ନଜର

​​​​​​​ସେଦିନ ଘଟିଥିଲା କିଛି ଏମିତି​​​​​​​

ଅର୍ଜୁନ କହିଥିଲେ, ୨୦୦୮ରେ ସେ ହୋଟେଲ ତାଜ୍‌ରେ ଥିଲେ । ସେ ତାଙ୍କର ଜଣେ ସାଙ୍ଗଙ୍କୁ ଆଣିବାକୁ ଆସିଥିଲେ । ସେହି ଦିନ ତାଙ୍କ ଜନ୍ମଦିନ ଥିବାରୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରିବାକୁ ହୋଟେଲ୍ ଆଡ଼କୁ ଯାଉଥିଲେ । ହୋଟେଲ୍‌କୁ ଜନ୍ମଦିନ ପାଳନ କରିବାକୁ ଯିବାବେଳେ ସେମାନେ ଏକ ବାର୍‌କୁ ଡ୍ରିଙ୍କ୍ସ ପାଇଁ ଚାଲିଯାଇଥିଲେ । ସେହି ସମୟରେ ବୋମା ବିସ୍ଫୋରଣ ହୋଇଥିଲା । ସେମାନେ ସେହି ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିଥିଲେ । ବିସ୍ଫୋରଣ ସମୟରେ ବାର୍‌ର କାଚ ସବୁ ଥରିବାକୁ ଲାଗିଥିଲା । ସେତେବେଳକୁ ସେମାନେ ଜାଣିନଥିଲେ ବୋମା ବିସ୍ଫୋରଣ ହୋଇଛି । ଏହାର ଠିକ୍ ୧୦ ମିନିଟ୍ ପରେ ଜଣାପଡିଲା ଯେ ବ୍ଲାଷ୍ଚ୍ ହୋଇଛି । ବିସ୍ଫୋରଣର ୨୦-୩୦ ମିନିଟ୍ ପରେ ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେହି ସମୟରେ ବାର୍ ମାଲିକଙ୍କୁ ମଧ୍ୟ ଅର୍ଜୁନ ମନେ ପକାଇଥିଲେ ।​​​​​​​

ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ଆଦିତ୍ୟ ମୋତେ ୨୬/୧୧ର ସିନ୍ ଶୁଣାଇଥିଲେ ସେତେବେଳେ ମୁଁ ଭାବିଥିଲି ମୋତେ ସେହି ସିନ୍ ଦ୍ବାରା ପ୍ରତିଶୋଧ ନେବାର ସୁଯୋଗ ମିଳିବ । ମୁଁ ଧୁରନ୍ଧରରେ କେବଳ ସେଇଆ ହିଁ କରିଛି ।

​​​​​​​ବକ୍ସ ଅଫିସ୍‌ରେ ରେକର୍ଡ

ଏଠି କହିରଖୁଛୁ ଯେ, ମାତ୍ର ୪ ଦିନରେ ‘ଧୁରନ୍ଧର-୨’ ବକ୍ସ ଅଫିସରେ ୪ ଶହ କୋଟି ଆୟ କରିସାରିଲାଣି । ଏହି ଫିଲ୍ମର ଏକ ସିନ୍ ବେଶ୍ ଭାଇରାଲ୍ ହେଉଛି । ଯେଉଁ ସିନ୍‌ରେ ଅର୍ଜୁନ ରାମପାଲ ଏବଂ ରଣବୀର ସିଂହଙ୍କ ମଧ୍ୟରେ ଫାଇଟ୍ ଓ ବିସ୍ଫୋରଣର ଦୃଶ୍ୟ ରହିଛି । ଫିଲ୍ମରେ ଅର୍ଜୁନ ରାମପାଲ ଏବଂ ରଣବୀର ସିଂହ, ରାକେଶ ବେଦୀ, ସଞ୍ଜୟ ଦତ୍ତ, ସାରା ଅର୍ଜୁନ ଏବଂ ଅନ୍ୟ କେତେକ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଫିଲ୍ମଟି ମାର୍ଚ୍ଚ ୧୯ରେ ଓ୍ବାର୍ଲଡ ଓ୍ବାଇଡ୍ ରିଲିଜ୍ ହୋଇଥିଲା ।