ପୁରୀ ୨୬।୦୫ : ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥ ନିର୍ମାଣ ସହିତ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟକୁ ବିଶ୍ଵକର୍ମା, ଭୋଇ, କରତୀ, କମାର, ରୂପକାର ଓ ପାହି ମହାରଣା ମାନେ ସୁରୁଖୁରୁରେ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି। ସୋମବାର ତିନି ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ପରେ ମହାରଣା ମାନେ ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି। ଏହାପରେ ତିନି ରଥର ଚକ-ଅଖ ର ଦିଗ ନିର୍ଣ୍ଣୟ କରାଯିବା ସହ ଏହାକୁ ବାନ୍ଧି ରଖିବା ପାଇଁ ଚକ-ଅଖ ଉପରକୁ ପାର୍ଶ୍ଵ ଦଣ୍ଡା ଉଠିବ। ସ୍ନାନଯାତ୍ରା ଓ ରଥଯାତ୍ରା ପାଖେଇ ଆସୁଥିବାରୁ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଶୃଙ୍ଖଳିତ ନୀତି କାନ୍ତି, ଠାକୁରଙ୍କ ପହଣ୍ଡି, ରଥଟଣା, ଭକ୍ତଙ୍କ ଦର୍ଶନ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ କିଭଳି ରହିବ ସେନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି ।

Watch Video:-