ଉଦଳା ୭।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ଆସିଲା ନୂଆ ମୋଡ଼ । ଭୁବନେଶ୍ୱରରେ ରହୁଥିବା ଚନ୍ଦ୍ରିକାଙ୍କ ପିଉସୀ ଝିଅ ଭଉଣୀ ଖୋଲିଲେ ସାଙ୍ଘାତିକ ସତ। ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ମନୋମାଳିନ୍ୟ ପରଠାରୁ ଡାଏରୀ ଲେଖୁଥିଲେ ଚନ୍ଦ୍ରିକା । ଚନ୍ଦ୍ରିକା ଏବଂ ତାଙ୍କ ପିଉସୀ ଝିଅ ଭଉଣୀ ଗୋଟିଏ ପ୍ରକାର ଡାଏରୀ କିଣିଥିଲେ। ସେହି ଡାଏରୀରେ ଚନ୍ଦ୍ରିକା ସବୁ ଲେଖୁଥିଲେ । ଯାହାକୁ ଦେଖିବା ପାଇଁ ଅନେକ ଥର ତାଙ୍କ ଭଉଣୀ ମାଗିଥିଲେ ସୁଦ୍ଧା ସେ ଦେଇ ନ ଥିଲେ ।

ଏପରିକି ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ଚନ୍ଦ୍ରିକା ସେହି ଡାଏରୀ ନେଇ ଲେଖିଥିବା କହିଛନ୍ତି ତାଙ୍କ ଭଉଣୀ। ହେଲେ ସେହି ଡାଏରୀ ତାଙ୍କ ଘରେ ନାହିଁ କିମ୍ବା ପୋଲିସ ଜବତ କରିଥିବା ତାଙ୍କ ବ୍ୟାଗ୍‌ରେ ନାହିଁ। ଯାହା ତାଙ୍କ ଭଉଣୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

Also Read:- ସୌମ୍ୟ ହତ୍ୟାକାଣ୍ଡରେ ଛନ୍ଦି ହୋଇଯିବେ କି ବରିଷ୍ଠ ଆଇପିଏସ୍‌ ? ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ

ଏପରିକି ଘଟଣା ଘଟିବା ପରେ ଚନ୍ଦ୍ରିକାଙ୍କ ଫଟୋ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇ କଟକ ଡାକିଥିଲେ ତାଙ୍କ ଭଉଣୀ । କିନ୍ତୁ ମେସେଜ ଦେଖିଥିଲେ ସୁଦ୍ଧା କୌଣସି ରିପ୍ଲାଏ ଦେଇନଥିଲେ ପୁରୁଷ ବନ୍ଧୁ । ଏମିତି କି ଚନ୍ଦ୍ରିକା ଏବଂ ସମ୍ପର୍କୀୟଙ୍କୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଅନଫଲୋ କରି ଦେଇଛନ୍ତି ।

ଶୁଣନ୍ତୁ କ'ଣ କହୁଛନ୍ତି ଚନ୍ଦ୍ରିକାଙ୍କ ଭଉଣୀ..