ଭୁବନେଶ୍ବର ୮।୯: ଏମଏମଡିଆର ବିଲ୍କୁ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଓ କରିବାକୁ ଇଣ୍ଡିଆ ବ୍ଲକ୍ର ନିଷ୍ପତ୍ତି ହୋଇଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ଏହି ବିଲ୍ ଓଡ଼ିଶାକୁ କ୍ଷତି ଦେଇଛି । ଏହା ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରିଛନ୍ତି । ଏମଏମଡିଆର ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ ବୋଲି ସରକାରଙ୍କୁ କଂଗ୍ରେସ ଓ ବାମ ଦଳର ନେତାମାନେ ଚେତାଇ ଦେଇଛନ୍ତି ।

ଓଡ଼ିଶା ପାଇଁ MMDR ବିଲ୍ ଏକ ଲଜ୍ୟାର ବିଷୟ । କାହିଁକି ବିଜେପିର ୨୦ ଜଣ MP ନୀରବ ରହିଛନ୍ତି କଂଗ୍ରେସ ପ୍ରଶ୍ନ କରିଛି । ଏହା ଓଡ଼ିଶା ପ୍ରତି ବିଶ୍ୱାସଘାତକତା । ଓଡ଼ିଶା ଭଳି ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯାହାକୁ ନେଇ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ । ସେହି ୨୯ ତାରିଖରେ ଇଣ୍ଡିଆ ମେଣ୍ଟ ଘୋଷଣା କରିବ କେଉଁ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ ।

Also Read:- ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳ : ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ

୨୯ ତାରିଖ ପୂର୍ବରୁ ରାଜ୍ୟର ୪ଟି ସ୍ଥାନ ସୁନ୍ଦରଗଡ଼, ରାୟଗଡା, ଅନୁଗୁଳ ଓ କେନ୍ଦୁଝରରେ ବିଭିନ୍ନ ଦିନ ବଡ଼ ଆନ୍ଦୋଳନ ହେବ । ଖଣି ଜିଲ୍ଲାମାନଙ୍କରେ ମଧ୍ୟ ଆନ୍ଦୋଳନ କରାଯାଇଛି । ଶିକ୍ଷା ଓ ଏମଏମଡିଆର ପ୍ରସଙ୍ଗରେ କଂଗ୍ରେସ ବଡ଼ ଆନ୍ଦୋଳନ କରିବ ଯେଉଁ ପର୍ଯ୍ୟନ୍ତ ଏହି ଆଇନ ରଦ୍ଦ ହେଉନାହିଁ । ଅନ୍ୟପଟେ ବିଜେଡି ମଧ୍ୟ ଏହି ଆନ୍ଦୋଳନ କରୁଛି ଏହାକୁ ମଧ୍ୟ ସ୍ୱାଗତ ବୋଲି କହିଛନ୍ତି ପିସିସି ସଭାପତି ।

Watch Video: