ଭୁବନେଶ୍ବର ୮।୯: ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନହୋଇଛି । ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଇଏଏସ ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର, କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଏବଂ ଫାବି ରସିଦଙ୍କୁ କୋରାପୁଟ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି ।

ଏହାସହ ମୃଣାଳିକା ରାଠୋଡ୍ଙ୍କୁ ରାୟଗଡ଼ା, ସୁଭଦ୍ରା ପଣ୍ଡାଙ୍କୁ ଯାଜପୁର, ପୱନ କୁମାରଙ୍କୁ ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳ ନିଯୁକ୍ତ

ଆଠଗଡ଼ - ଅନିମେଶ ପ୍ରଧାନ

ତାଳଚେର - ପ୍ରଜ୍ଞାନନ୍ଦନ ଗିରି

ଭବାନୀପାଟଣା - କସ୍ତୁରୀ ଶାହା

କୋରାପୁଟ - ଫାବି ରସିଦ୍

ରାୟଗଡ଼ା - ମୃଣାଳିକା ରାଠୋଡ୍

ଯାଜପୁର - ସୁଭଦ୍ରା ପଣ୍ଡା

ଟିଟିଲାଗଡ଼ - ପୱନ କୁମାର

ପାରଳାଖେମୁଣ୍ଡି- ଭଗତ ସାମଲ କଲ୍ୟାଣରାଓ

ବଣାଇଗଡ଼ - ସନ୍ତୋଷ କୁମାର ପାତ୍ର