ମୁମ୍ବାଇ ୨୪।୧୦ : ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମଧ୍ୟରେ ଆଜି ଖେଳାଯିବ ଦ୍ଵିତୀୟ ଟି-ଟ୍ବେଣ୍ଟି । ପ୍ରଥମ ମ୍ୟାଚ ଜିତିବା ପରେ ଭାରତର ମନୋବଳ ଶିଖର ଛୁଇଁଛି । ନ୍ୟୁଜିଲାଣ୍ଡ ମାଟିରେ ବିଜୟ ଜାରି ରଖି ଯଥା ସମ୍ଭବ ସହଳ ସିରିଜ କବଜା କରିବାକୁ ଦଳ ପ୍ରୟାସ କରିବ। ନ୍ୟୁଜିଲାଣ୍ଡ ମଧ୍ୟ ପ୍ରତ୍ୟାବର୍ତ୍ତନ ପାଇଁ ତତ୍ପର। ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖୁବାକୁ ମିଳିବ।

ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନ ସଂଗ୍ରହ କରିବା ପରେ ପରାଜିତ ହୋଇଥିଲା। ଭାରତର ମଧ୍ଯ କ୍ରମ ଓ ନିମ୍ନ ଭାଗ ବ୍ୟାଟରମାନେ ବିଜୟରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ I ତଥାପି ବୋଲିଂ ବିଭାଗର ବିଫଳତା ଭାରତ ପାଇଁ ଚିନ୍ତାର କାରଣ ହେବା ସ୍ବାଭାବିକ। ଅଭିଜ୍ଞ ଭୁବନେଶ୍ୱର ମାର ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କ ବୋଲିଂ ପ୍ରଭାବଶୂନ୍ୟ ରହିଥିଲା । ଭାରତ ଦୁଇ ଜଣ ଦକ୍ଷ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କୁ ପ୍ରଥମ ମ୍ୟାଚରେ ଖେଳାଇ ନଥିଲା । ଅବଶ୍ୟ ନମନ ଧରଙ୍କୁ ପ୍ରାଥମିକତା ମିଳିଥିଲା ଓ ସେ ମ୍ୟାଚ ଜିତାଇଥିଲେ ।

Also Read:-ନିର୍ଦ୍ଧାରିତ ପେଟ୍ରୋଲିଂ ପଏଣ୍ଟରୁ ହଟିଲେ ଏଲ୍ଏସିରେ ସ୍ଥିତି ବିଗିଡ଼ିପାରେ: ଚୀନକୁ ଭାରତର ରୋକ୍‌ଠୋକ୍ ଜବାବ

ସେହିପରି ଏକାଦଶରେ ବରୁଣ ଓ କୁଲଦୀପଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ଦେବା ଜରୁରି। ଆଜି ବୈଭବ ସୂର୍ଯ୍ୟବଂଶୀ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଇଶାନ କିଷନ ଆହତ ହୋଇ ଗୋଟିଏ ମ୍ୟାଚରୁ ବାଦ ପଡ଼ିଛନ୍ତି । ଫଳରେ ତାଙ୍କ ସ୍ଥାନରେ ବୈଭବ ଖେଳିବାକୁ ସୁଯୋଗ ପାଇବେ। ତେବେ ସେ କେଉଁ ସ୍ଥାନରେ ଖେଳିବେ ତାହା ସ୍ଥିର ହୋଇ ନାହିଁ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ ଆଲେନ, ଟିମ ସାଇଫର୍ଟ, ଡେଭନ କନୱେ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), ନାଥାନ ସ୍ମିଥ୍, କେଲି ଜାମିସନ, ମାଟ୍ ହେନରୀ, ଲୋକି ଫର୍ଗୁସନ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ପ୍ରିନ୍ସ ଯାଦବ/ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ।

Watch Video:-