ଭୁବନେଶ୍ୱର ୧୨।୦୩ : କଂଗ୍ରେସ ଜାରି କଲା ହ୍ୱିପ୍‌ । ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ଜାରି କରିଛି ହ୍ୱିପ୍‌ । ଯେଉଁଥିରେ ଆସନ୍ତା ୧୩ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାଜ୍ୟସଭା ନିର୍ବାଚନରେ କିପରି କ୍ରସ ଭୋଟିଂ ନହେବ, ସେଥିପାଇଁ ସମସ୍ତ ସଜାଗ ରହିବାକୁ ସମସ୍ତ ସଦସ୍ୟଙ୍କୁ  ଜଣାଇଛି ଓଡିଶା ରାଜ୍ୟ କଂଗ୍ରେସ ।

​​​​​​​

ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହୋଇଛି । ଯେଉଁଥିଲାଗି ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେବ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ। ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ​​​​​​​

ଅନ୍ୟପଟେ ବିଜେଡି ମଧ୍ୟ ହୁଇପ୍ ଜାରି କରିଛି। ଦଳ କହିଛି ଯେ, ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଧାନସଭା ପରିସରରେ ମତଦାନ ହେବ। ତେଣୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, କେହି ଭୁବନେଶ୍ଵର ଛାଡ଼ି ଯାଇ ପାରିବେ ନାହିଁ। ମାର୍ଚ୍ଚ ୧୬ ଯାଏଁ ଭୁବନେଶ୍ଵର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।