ଭୁବନେଶ୍ୱର ୨୦।୦୯ : ପୋଲିସକୁ ସୋସିଆଲ ମିଡିଆ କଟକଣା । କମିଶନରେଟ୍ ପୋଲିସ ପାଇଁ ସୋସିଆଲ୍ ମିଡିଆ କଟକଣା । ପୋଲିସ ଡ୍ରେସ୍ ପିନ୍ଧି କରିପାରିବେନି ରିଲ୍ସ ।

କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶାନାମା । ଏହି ନିର୍ଦ୍ଦେଶାନାମାରେ, ରିଲ୍ସ  କରି ସୋସିଆଲ ମିଡିଆ ପୋଷ୍ଟ କରିଥିବା ପୋଲିସ ବିରୋଧରେ ହେବ ଆକ୍ସନ। ବିଧାନସଭା, ମନ୍ଦିର, ଧାର୍ମିକ ସ୍ଥଳରେ ଫଟୋ ଉଠାଇ ପୋଷ୍ଟ କରିପାରିବେନି ପୋଲିସ । ଲୋକ ଭବନ, ଲୋକସେବା ଭବନ, ରିଜର୍ଭ ବ୍ୟାଙ୍କ , ହାଇକୋର୍ଟ ଆଗରେ ପୋଲିସ ପୋଷାକରେ ଫଟୋ ପୋଷ୍ଟ କରିବା ଉପରେ ମଧ୍ୟ ଲାଗିଛି କଟକଣା। ପୋଲିସ ଡ୍ରେସ୍‌ ପିନ୍ଧି କୌଣସି ଅଫିସର କିମ୍ବା କର୍ମଚାରୀ ରିଲ୍ସ କରିପାରିବେନାହିଁ ।

Also Read:-୧୦୦ ବର୍ଷ ପରେ ଦୁନିଆକୁ ମିଳିଲା ଏକ ଜୀବନ୍ତ ବିଲୁପ୍ତ ବିଲେଇ ପ୍ରଜାତି ; ଆକାର ଏତେ ଛୋଟ ଯିଏ ଦେଖିଲେ ହେବେ ଆଶ୍ଚର୍ଯ୍ୟ....

ସେହିପରି ଯଦି କୌଣସି ଅଫିସର କିମ୍ବା କର୍ମଚାରୀ ଏହି ନିୟମକୁ ଅଣଦେଖା କରନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ ୧୯ ତାରିଖରେ ପୋଲିସ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି ।