ପୁରୀ: ମାଡ଼ି ଆସିବ ବିପଦ। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ଆଶଙ୍କା। ସେପ୍ଟେମ୍ବରରୁ ଅକ୍ଟୋବର। ବଦଳିବ ଓଡ଼ିଶାର ପାଗ। ଆସନ୍ତା କିଛି ଦିନ ମଧ୍ୟରେ ଚାରି ଚାରି ଥର ପାଣିପାଗରେ ହେବ ବଡ଼ ପରିବର୍ତ୍ତନ। ଲଘୁଚାପରୁ ଘୂର୍ଣ୍ଣିବଳୟ। ଆଉ ଏହାର ପ୍ରଭାବରେ ମୂଷଳଧାରାରେ ବର୍ଷା ସହ ଝଡ଼ ପବନ ହେବ। ବ୍ୟାପକ ଧନଜୀବନ ନଷ୍ଟ କରିବ। ରାଜ୍ୟ ନୁହେଁ ଦେଶ ଉପକୁ ପ୍ରଳୟ ଆସୁଥିବା ଖଡ଼ିରତ୍ନ ପଞ୍ଚିକାରେ ଉଲ୍ଲେଖ ରହିଛି। 

ପଞ୍ଜିକାରଙ୍କ ଆକଳନ ଅନୁସାରେ, ୪ ଥର ବଦଳିବ ଓଡ଼ିଶାର ପାଗ। ସେପ୍ଟେମ୍ବର ୨୦ରୁ ୨୪ ତାରିଖ, ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨, ଅକ୍ଟୋବର ୫ରୁ ୭ ଏବଂ ଅକ୍ଟୋବର ୧୦ରୁ ୧୨ ତାରିଖ ମଧ୍ୟରେ ହେବ ବିରାଟ ପରିବର୍ତ୍ତନ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାକୁ ମାଡ଼ିଆସିବ ବିପଦ। ଏହି ସମୟରେ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ଭଳି ସ୍ଥିତି ଦେଖାଦେବ। ମୂଷଳ ଧାରାରେ ବର୍ଷିବ। ସମ୍ଭାବ୍ୟ ବାତ୍ୟାକୁ ଆଶଙ୍କା ବଢ଼ୁଥିବା ବେଳେ ପଞ୍ଜିକାର ମତ ଭୟକୁ ଦ୍ୱିଗୁଣିତ କରିଛି।

ପଞ୍ଜିକାର କହିବା ଅନୁସାରେ, ଅସଲି ଖଡିରତ୍ନ ପଞ୍ଜିକାରେ ମଧ୍ୟ ଆଗାମୀ ସମୟର ପାଣିପାଗ ସମ୍ପର୍କରେ ଉଲ୍ଲେଖ ରହିଛି। ତେବେ ପଞ୍ଜିକାରେ ଥିବା ଏଭଳି ଆକଳନକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ବିଶେଷକରି ଆଗକୁ ଦୁର୍ଗାପୂଜା ଓ ଅନ୍ୟାନ୍ୟ ପାର୍ବଣ ଥିବାରୁ ପାଣିପାଗ କିପରି ରହିବ, ତାହା ଉପରେ ସମସ୍ତଙ୍କ ନଜର। କେବଳ ଓଡ଼ିଶା ନୁହେଁ, ଭାରତକୁ ନେଇ ବି ଆକଳନ କରିଛନ୍ତି ପଞ୍ଜିକାର। ଆଗାମୀ ଦିନରେ ଭାରତର ବିଭିନ୍ନ ଅଞ୍ଚଳରେ ମଧ୍ୟ ପାଣିପାଗଜନିତ ବଡ଼ ପରିବର୍ତ୍ତନ ଦେଖାଦେଇପାରେ ବୋଲି ସେ କହିଛନ୍ତି।

ଉତ୍ତର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା  ୨୧ ତାରିଖ ବେଳକୁ ବଙ୍ଗୋପସାଗରକୁ ଗତି କରି ଅବପାତ ଓ ପରେ ଗଭୀର ଅବପାତର ରୂପ ନେବ। ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।   ଡିପ୍ରେସନ ରୂପ ନେବା ପରେ ଏହାର ପବନ ବେଗ ଧିରେ ଧିରେ ବୃଦ୍ଧି ପାଇବ।  ୨୩ ତାରିଖ ସକାଳ ବେଳକୁ ଏହା ଓଡ଼ିଶା ଉପକୂଳ ନିକଟତର ହେବ।

ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ବିଶେଷ କରି ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ଅଧିକ ପ୍ରଭାବ ରହିବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଭଳି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ମାଟି ଧସିବା ଏବଂ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ପାଞ୍ଜିର ଆକଳନକୁ ନେଇ ଏବେ ଚର୍ଚ୍ଚା। ଆଗକୁ ଏକାଧିକ ଥର ପାଣିପାଗ ବଦଳିବା ସହ ବର୍ଷା, ଲଘୁଚାପ ଓ ଝଡ଼ର ଆଶଙ୍କାକୁ ନେଇ ବଢ଼ିଛି ଟେନସନ।