ଉଦଳା ୨୦।୯: ଜଙ୍ଗଲ ଭିତରୁ ମିଳିଲା ସ୍କୁଟର । ସକାଳୁ ସକାଳୁ ଗୋରୁ ଚରାଳି ସ୍କୁଟର ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଖୋଲିଗଲା ସ୍କୁଟର ପଛର ସବୁ ରହସ୍ୟ । ଚୋରି ପରେ ଜଙ୍ଗଲରେ ସ୍କୁଟର ଛାଡ଼ି ପଳାଇଲେ ଚୋର । ଦୁଇ ଦିନ ପରେ ନିଜ ସ୍କୁଟର ଫେରିପାଇଲେ ମାଲିକ ।

ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡାଡିହା ଅଞ୍ଚଳର ସ୍ବର୍ଣ୍ଣପ୍ରଭା ସେଠୀଙ୍କ ସ୍କୁଟର ଚୋରି ହୋଇଯାଇଥିଲା । ଏନେଇ ସେ ଥାନାରେ ଏତଲା ମଧ୍ୟ ଦେଇଥିଲେ । ତେବେ ଚୋର ୨୫ କିଲୋମିଟର ଦୂର ଉଦଳା ଥାନା ଜୟବନ୍ଧ ଜଙ୍ଗଲରେ ସ୍କୁଟର ଛାଡ଼ି ପଳାଇଥିଲେ । ରବିବାର ଜଙ୍ଗଲରେ ସ୍କୁଟର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଖୋଲି ଯାଇଥିଲା ସ୍କୁଟର ପଛର ସତ ।

Also Read:- ଗୋଟିଏ ରାତିରେ ଉଜୁଡ଼ିଗଲା ପରିବାର : ୩ ଝିଅଙ୍କୁ ଘରେ ବନ୍ଦ କରି.. ପତ୍ନୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

ଅନଲାଇନରେ ସ୍କୁଟର ମାଲିକଙ୍କ ପରିଚୟ ମିଳିଥିଲା । ଗାଡି ମାଲିକ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଚିହ୍ନଟ କରିବା ସହ ଫାଣ୍ଡିକୁ ନେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଧରାପଡ଼ିଯିବା ଭୟରେ ଚୋର ସ୍କୁଟରକୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି ।

Watch Video: