ନୂଆଦିଲ୍ଲୀ, ୨୦/୦୯: ବିଶ୍ୱବ୍ୟାପୀ ତୈଳ ପରିବହନ ଖର୍ଚ୍ଚ ବହୁ ଗୁଣା ବୃଦ୍ଧି ପାଇଛି। ଦୂରାନ୍ତ ଅଞ୍ଚଳକୁ ଅଶୋଧିତ ତୈଳ ପଠାଇବା ବ୍ୟୟବହୁଳ ପାଲଟିଛି। ଇନ୍ଧନ ବଜାର ଚାପ ମଧ୍ୟରେ ଗତି କରୁଥିବାବେଳେ ବିଶ୍ବରେ ସୁପର୍ ଟ୍ୟାଙ୍କର ଅଭାବ ଆଉ ଏକ ବଡ଼ ସମସ୍ୟା ଛିଡ଼ା କରିବାକୁ ଯାଉଛି। ବିଶ୍ୱ ବଜାରରେ ତୈଳ ପ୍ରବାହ ବଡ଼ ମାତ୍ରାରେ ପ୍ରଭାବିତ ହେବା ଆଶଙ୍କା ରହିଛି।

ବିଶ୍ଵର କେତେକ ପ୍ରାନ୍ତରେ ସୁପର୍ ଟ୍ୟାଙ୍କର ଆଦୌ ଉପଲବ୍ଧ ନାହିଁ। ତେଣୁ ଏଠାରୁ ତୈଳ ସଂଗ୍ରହ କରିବା ସମ୍ଭବ ହେଉନାହିଁ । ବିଶୋଧନକାରୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ,ସେମାନେ ନିକଟସ୍ଥ ପ୍ରାନ୍ତରୁ ତୈଳ ସଂଗ୍ରହ କରନ୍ତୁ। ହୋଷ୍ଟନରୁ ଏସିଆକୁ ତୈଳ ପରିବହନ କରିବା ପାଇଁ ବ୍ୟାରେଲ ପିଛା ଅତିରିକ୍ତ ଚାର୍ଜ ୨୪ ଡଲାର ରହିଛି। ଏକ କାର୍ଗୋ ଲାଗି ଚାର୍ଜ ରହିଛି ୫୨ ନିୟୁତ ଡଲାର। ଯୁଦ୍ଧ ପୂର୍ବରୁ ବିଶୋଧନକାରୀମାନଙ୍କ ମୋଟ ଖର୍ଚ୍ଚର ସାମାନ୍ୟ ଅଂଶ ପରିବହନରେ ବ୍ୟୟ ହେଉଥିଲା ।

ଏବେ ବିଶ୍ଵର ସର୍ବବୃହତ୍ ତୈଳ ଟ୍ୟାଙ୍କରଗୁଡ଼ିକର ମୂଲ୍ୟ ଚଳିତ ସପ୍ତାହରେ ରେକର୍ଡ ୭୦ ବିଲିୟନ ଡଲରରେ ପହଞ୍ଚିଛି। କିନ୍ତୁ ତୈଳ କାରବାର କରୁଥିବା କମ୍ପାନିଗୁଡ଼ିକ ପାଇଁ ପରିବହନ ମହଙ୍ଗା ବ୍ୟାପାର ପାଲଟିଛି। ଉଚ୍ଚ ଦର ଯୋଗୁ ଅଶୋଧିତ ତୈଳକୁ ଇନ୍ଧନରେ ରୂପାନ୍ତର କରିବା ଅଣଲାଭକାରୀ ହେବ ବୋଲି କେତେକ ବିଶୋଧନକାରୀ ପ୍ରକାଶ କରିଛନ୍ତି। ଏଣୁ ଦୂରାନ୍ତ ଅଞ୍ଚଳରୁ କାର୍ଗୋ କିଣିବାଠାରୁ ସେମାନେ ଦୂରେଇ ରହିପାରନ୍ତି ବୋଲି କହିଛନ୍ତି।

Also Read :- AI ଉପରେ AIର ଆଟାକ୍ ! ଚାଟ୍ ଜିପିଟିକୁ ହ୍ୟାକ୍ କଲା ଆନ୍ଥ୍ରୋପିକ୍

ଶିଳ୍ପ ପ୍ରଦତ୍ତ ତଥ୍ୟ ଅନୁସାରେ,ପର୍ସିଆନ୍ ଗଲଫରୁ ଚୀନକୁ ୨ ନିୟୁତ ବ୍ୟାରେଲ ନେଇ ଆସୁଥିବା ଏକ ବଡ଼ ତୈଳ ଟ୍ୟାଙ୍କରର ଭଡ଼ା ଦିନକୁ ରହିଛି ପାଖାପାଖି ୧.୨ ନିୟୁତ ଡଲାର। ଟ୍ରାଫିଗ୍ୟୁରା ଗ୍ରୁପ୍ର ମୁଖ୍ୟ ଅର୍ଥନୀତିଜ୍ଞ ସାଦ୍ ରହୀମ ପ୍ରକାଶ କରିଛନ୍ତି ଯେ,ବିଶ୍ୱବ୍ୟାପୀ ତୈଳ ପରିବହନ କଦାପି ଏତେ ମହଙ୍ଗା ହୋଇ ନ ଥିଲା। ଏଥିପାଇଁ ଲମ୍ବା ରୁଟ୍ ଠାରୁ ଦୂରେଇ ରହୁଛନ୍ତି ବିଶୋଧନକାରୀ। ପାଖରୁ ତୈଳ ସଂଗ୍ରହ କରିବା ଉପରେ ସେମାନେ ଧ୍ୟାନକେନ୍ଦ୍ରିତ କରୁଛନ୍ତି।