ଭୁବନେଶ୍ୱର ୨୦।୦୯ : ମୋତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପୋଡା କାଠ।  ଆମେ କହୁଛୁ ଆମ ଜେଲ ବିଭାଗ କଥା।  ଚୌଦ୍ୱାର ଭଳି ଜେଲରୁ ହାର୍ଡକୋର କ୍ରିମିନାଲ ପାଚେରୀ ଡେଇଁ ଫେରାର ହେବା ପରେ ବି  ଜେଲ୍  ବିଭାଗ କିଛି ଶିକ୍ଷାଲାଭ କଲାନି ।  ଏବେ ଆମେ ଆପଣଙ୍କୁ କହୁଛୁ କିଭଳି ଜେଲ୍  ଭିତରରେ ହାର୍ଡଖୋର କ୍ରିମିନାଲମାନେ ଜେଲ ୱାର୍ଡାରଙ୍କ ସହ ମିଶି ଜେଲ ପରିସରରେ ଥିବା ୱାର୍ଡାରଙ୍କ ବାରାକରେ ବସି ମଦ ପିଉଛନ୍ତି ଆଉ ମାଂସଖାଉଛନ୍ତି ।

ଜେଲ୍ ବାରାକରେ  ଚାଲିଛି ମଦ , ମାଂସର ଆସର । କିଭଳି ମାଂସ ରୋଷେଇ କରୁଛନ୍ତି, ମଦ ବୋତଲ ଖୋଳୁଛନ୍ତି ମଦ ପିଉଛନ୍ତି।  ଆମେ କହୁଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜେଲର କଥା।  ଆପଣମାନେ ଜାଣିଥିବେ ଜଳେଶ୍ୱରରେ ବ୍ରାଉନସୁଗାରର କାରବାର ବଢିବାରେ ଲାଗିଛି ।  ଏଠି ବ୍ରାଉନସୁଗାର ମାଫିଆ, ଗଂଜେଇ ମାଫିଆ, ମଦ ମାଫିଆ ଆଉ ବାଲି ମାଫିଆ ଯେଉଁ ମାନେ ସବୁ ଗିରଫ ହୋଇଛନ୍ତି ସେମାନଙ୍କୁ କିଭଳି ଭାବରେ VIP ଟ୍ରିଟମେଣ୍ଟ ଦିଆଯାଉଛି । ଏଥିରେ ବି ସାମିଲ ଅଛନ୍ତି ଜେଲ୍  ବାବୁ।  ବାବୁଙ୍କର ଦରକାର ପ୍ରତ୍ୟେକ ଦିନ ଗୋଟେ ମଦ ବୋତଲ । କିନ୍ତୁ ମାଫିଆମାନେ ତାଙ୍କୁ କହୁଛନ୍ତି ଏକା ସାଙ୍ଗରେ ୧୨ ବୋତଲ ଦେବା ପାଇଁ । ମାତ୍ର ସେ କହୁଛନ୍ତି ଏକ୍ସାଇଜ ରେଡ ହୋଇଯିବ।  ମୋତେ ୩ଟି ବୋତଲ ଆଣି ଏକା ସାଙ୍ଗରେ ଦିଅ। ବାବୁଙ୍କ ସହିତ ସମ୍ପର୍କ ଥିବା କଏଦୀମାନଙ୍କୁ ସେପାରେଟ ଫୋନ ମଧ୍ୟ ଯୋଗେଇ ଦିଆ ଯାଇଛି। ଜେଲରେ ଏମାନେ ଅପରାଧୀକ ସାମ୍ରାଜ୍ୟ ଚଲାଉଛନ୍ତି ।

Also Read:-ଧାର ଟଙ୍କା ନେଇ ଆଉ ଦେଲେନି, ନିର୍ଯାତନା ସହିନପାରି ଜୀବନ ହାରିଲେ ଅଶ୍ୱିନୀ