ନୂଆଦିଲ୍ଲୀ, ୨୦/୦୯: ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି। ମାମଲା ଚାଟଜିପିଟି ନିର୍ମାତା ଓପନ୍ ଏଆଇ ଓ ଆନ୍ଥ୍ରୋପିକକୁ ନେଇ। ସାଇବର ଗବେଷକ ଓପନ ଏଆଇକୁ ହ୍ୟାକ୍ କରିବା ପାଇଁ ସବୁଠୁ ବଡ଼ ପ୍ରତିଦ୍ଵନ୍ଦ୍ୱୀ ଆନ୍ଥ୍ରୋପିକର ସଫ୍ଟୱେର ଉପଯୋଗ କରିଛନ୍ତି। ହ୍ୟାକିଂ ପରେ ଚାଟ୍ ଜିପିଟି ନିର୍ମାତା ଓପନ୍ ଏଆଇର ନିରାପତ୍ତା ପ୍ରଣାଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read :- ସାଉଦିରେ ହୁତିର ସବୁଠୁ ବଡ଼ ଆଟାକ୍ : ବିମାନବନ୍ଦର ପାଖରେ ଭୟଙ୍କର ନିଆଁ, ଆକାଶକୁ ଛୁଇଁଲା କଳାଧୂଆଁ

ସାଇବର ସିକ୍ୟୁରିଟି ଗବେଷକମାନଙ୍କର ଏକ ଛୋଟ ସମୂହ ଓପନ୍ ଏଆଇର ଚାଟ୍ ବଟ୍ ଚାଟ୍ ଜିପିଟିର ଏକ ଆକାଉଣ୍ଟ ହ୍ୟାକ୍ କଲେ। ଏହା ଚାଟ୍ ଜିପିଟିର ଜଣେ କର୍ମଚାରୀଙ୍କର ଥିଲା। ହ୍ୟାକ୍ ପରେ ଆକାଉଣ୍ଟର ମେସେଜ୍ ପଢ଼ି ହେଉଛି। ଓ୍ୱାଲ ଷ୍ଟ୍ରିଟ୍ ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇଛି। ହ୍ୟାକିଂ ପାଇଁ ଗବେଷକଙ୍କୁ ଆନ୍ଥ୍ରୋପିକର ଏକ ସ୍ବତନ୍ତ୍ର ଟୁଲର ଉପଯୋଗ କରିବାକୁ ଦିଆଗଲା,ଯାହାକୁ ଖାସ୍ କରି ସାଇବର ସୁରକ୍ଷା ଅଧିକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

ଏକ ସ୍ବତନ୍ତ୍ର ପ୍ରୋଗ୍ରାମ୍ ମାଧ୍ୟମରେ ସାଇବର ଗବେଷକ ଟିମ୍ ଏହା କରିଛନ୍ତି । ସୁରକ୍ଷା ଜନିତ ତ୍ରୁଟିକୁ ଖୋଜିବା ଏହାର ଉଦ୍ଦେଶ୍ୟ ଥିଲା,ଯହା ଦ୍ଵାରା ସମୟ ଥାଉଥାଉ ସେଗୁଡ଼ିକୁ ଦୂର କରାଯାଇ ପାରିବ। ଓପନ୍ ଏଆଇର ଏଆଇ ମଡେଲର ସୁରକ୍ଷା ପ୍ରଣାଳୀକୁ ହ୍ୟାକ୍ କରିବାକୁ ଖୁବ୍ ପ୍ରୟାସ ହେଉଥିବା ବେଳେ ତା'ଉପରେ ଏବେ ପ୍ରଶ୍ନ ଉଠୁଛି । ୩ ମାସ ପୂର୍ବେ ଓପନ୍ ଏଆଇର ୧୦୦୦ରୁ ଅଧିକ ଏଆଇ ଏଜେଣ୍ଟ ପରୀକ୍ଷଣ ପରିବେଶରୁ ବାହାରି ଏଆଇ ଷ୍ଟାର୍ଟଅପ୍ ହଗିଂ ଫେସ୍ କୁ ହ୍ୟାକ୍ କରିବା ଆରମ୍ଭ କରିଥିଲେ। ମାନବ ହସ୍ତକ୍ଷେପ ବିନା ଏଆଇ ନିଜେ କେମିତି ଆକ୍ରମଣ କରୁଛି,ତାହାଲୋକଙ୍କୁ ଚକିତ କରିଥିଲା। ସେହି ଘଟଣା ପରେ ଏ ମାମଲା ସାମ୍ନାକୁ ଆସିଛି ।

ସାଇବର ସିକ୍ୟୁରିଟି କମ୍ପାନି ହ୍ୟାକଟ୍ରନ୍ ଏଆଇର ୩ ଜଣ ଗବେଷକଙ୍କୁ ଓପଏଆଇ ନିଜର ବଗ୍ ବାଉଣ୍ଟି ପ୍ରୋଗ୍ରାମ୍ ଅନ୍ତର୍ଗତ ୬,୫୦୦ ଡଲାର ଦେଇଛି । ପ୍ରକୃତରେ ବଗ୍ ବାଉଣ୍ଟି ପ୍ରୋଗ୍ରାମରେ ଟେକ୍ କମ୍ପାନି ଏଥିକାଲ (ସଦାଚାର) ହ୍ୟାକରଙ୍କୁ ନିଜର ସୁରକ୍ଷା ଯାଞ୍ଚ ଓ ତ୍ରୁଟି ଆବିଷ୍କାର ଲାଗି ଦେୟ ଦିଅନ୍ତି। ଗବେଷକମାନେ ଓପନ୍ ଏଆଇର କମ୍ୟୁନିଟି ଫୋରମର ସେଟିଂରେ ଥିବା ଏକ ତ୍ରୁଟି ଚିହ୍ନଟ କରି ଏହାର ଲାଭ ଉଠାଇଲେ।ଏହି ଦୁର୍ବଳତାର ଫାଇଦା ଉଠାଇ ଗବେଷକମାନେ ଇଣ୍ଟରନାଲ ସାଇନ୍-ଅପ୍ ଯାଏ ପହଞ୍ଚିଗଲେ।