ଭଦ୍ରକ ୩୧।୭: କଲେଜରେ ବଢିବ ଆଡମିଶନ ଅବଧି । ବନ୍ୟା ଅଞ୍ଚଳରେ କଲେଜରେ ଆଡମିଶନର ସମୟ ବୃଦ୍ଧି ହେବ । ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପାଇଁ ବିଭିନ୍ନ କଲେଜରେ ଆଡମିଶନ ବାଧା ହେଉଥିବା ନେଇ ଖବର ପ୍ରସାରଣ ପରେ ମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସମସ୍ତ କଲେଜରେ ଚାଲିଛି ନାମଲେଖା ପ୍ରକ୍ରିୟା । ସେଥିପାଇଁ ଭଦ୍ରକ ମହିଳା ମହାବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରୀ ଓ ଅଭିଭାବକଙ୍କ ଭିଡ଼ ଲାଗିଥିଲା । କଲେଜରେ ବନ୍ୟା ଜଳ ଲହଡି ମାରୁଥିବା ବେଳେ ଚିନ୍ତାରେ ଅଧକ୍ଷ, ଅଧ୍ୟାପକ ଓ ନାମ ଲେଖାଇବାକୁ ଆସିଥିବା ଛାତ୍ରୀ ଏବଂ ଅଭିଭାବକ । ଏପରି ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ କଲେଜ ଅଧ୍ୟକ୍ଷା କିନ୍ତୁ ଉତ୍ତର ଥିଲା ନାମଲେଖାକୁ ବାତିଲ କରିହବନି । ଶେଷରେ ନିରୁପାୟ ହୋଇ କଲେଜ କର୍ମଚାରୀ ଅଣ୍ଟାଏ ପାଣିରେ ପଶି ଆବଶ୍ୟକୀୟ କାଗଜପତ୍ର ବାହାର କଲେ ।

Also Read:- ପ୍ରେମିକାଙ୍କୁ ଭେଟିବାକୁ କାର୍ ଭଡ଼ା କରି ଆସିଲେ ନୂଆପଡ଼ାରୁ ଗଞ୍ଜାମ, ଖୁଣ୍ଟରେ ବନ୍ଧାହୋଇ ଛେଚା ଖାଇଲେ

କଲେଜ ନିକଟରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ପିଣ୍ଢା ପାଲଟିଥିଲା ନାମଲେଖା ବିଭାଗ । ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଛାତ୍ରୀଙ୍କ ନାମଲେଖା ଚାଲିଥିଲା । ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଏହିଭଳି ଅଭାବନୀୟ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ।