ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ଉପରେ ପ୍ରକାଶିତ ‘Belonging: A Journey of Love’ ପୁସ୍ତକ ବଜାରକୁ ଆସି ସାରିଛି। ତାଙ୍କ ପୁସ୍ତକ ସଂପ୍ରତି ଦେଶ ରାଜନୀତିରେ ଚହଳ ପକାଇଛି। ଏଥିରେ ସୋନିଆ ନିଜର ବାଲ୍ୟ ଜୀବନଠୁ ନେଇ ରାଜୀବଙ୍କ ସହ ପ୍ରେମ ବିବାହ, ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀଙ୍କ ରାଜନୈତିକ ନିଷ୍ପତ୍ତି ଏବଂ ଭାରତର ରାଜନୀତିରେ ତାଙ୍କର କର୍ତ୍ତୃତ୍ଵ ସବୁ ଉଲ୍ଲେଖ ରହିଛି। କାହିଁକି ଅନେକ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ବିରୋଧ କରିଥିଲେ ଏହା ମଧ୍ୟ ସୋନିଆ ନିଜ ପୁସ୍ତକରେ ଲେଖିଛନ୍ତି। ଏବେ ଏହି ପୁସ୍ତକକୁ ନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ଵଲେ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ବରିଷ୍ଠ ନେତା ଶରଦ ପାଓ୍ଵାର ବିଦେଶୀ ନାଗରିକ ପ୍ରସଙ୍ଗ ଉଠାଇବା ପରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଯଦି ପାଓ୍ଵାର କଂଗ୍ରେସରେ ରହିଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିଥାନ୍ତେ।

Also Read: ପାର୍ଟି କିଏ ସମ୍ଭାଳୁଥିଲା ଏବଂ ୟୁପିଏ ସରକାରକୁ କିଏ ଚଲାଉଥିଲା ? ନିଜ ପୁସ୍ତକରେ ବଡ଼ ଖୁଲାସା କଲେ ସୋନିଆ ଗାନ୍ଧୀ

ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ଵଲେ କହିଛନ୍ତି ଫରେନ ଅରିଜିନାନ ଲାଇନ ପରି ଶବ୍ଦ ବ୍ୟବହାର କରିବା ଯୋଗୁଁ ଶରଦ ପାଓ୍ଵାରଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଏହା ପରେ ସେ ୧୯୯୮ରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନସିପି) ଗଠନ କରିଥିଲେ। ଯଦି ଶରଦ ପାଓ୍ଵାର ଉକ୍ତ ଶବ୍ଦ କହି ନ ଥାନ୍ତେ ଏବଂ କଂଗ୍ରେସରେ ଥାଆନ୍ତେ ବୋଧହୁଏ ୫ ବର୍ଷ ପରେ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ। ସେହି ସମୟରେ ମନମୋହନ ସିଂ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ୧୯୯୮ରେ ଯେବେ ମହାରାଷ୍ଟ୍ରରେ ନିର୍ବାଚନ ହୋଇଥିଲା, ସେହି ସମୟରେ ଆରପିଆଇ କଂଗ୍ରେସ ସହିତ ଥିଲା। କଂଗ୍ରେସ ୩୩ ସିଟ୍ ଏବଂ ଆରପିଆଇ ୪ ସିଟ, ଶିବସେନା ୬ ଏବଂ ବିଜେପି ୪ ସିଟ୍ ଜିତିଥିଲା। ଶରଦ ପାଓ୍ଵାର ସେହି ସମୟରେ ରାଜ୍ୟର ମଜବୁତ ନେତା ଥିଲେ। ତେଣୁ ଶରଦ ପାଓ୍ଵାରଙ୍କୁ ସୋନିଆଙ୍କ ପ୍ରତି ବିଦେଶୀ ନାଗରିକ ପରି ଶବ୍ଦ ପ୍ରୟୋଗ କରିବାର ନ ଥିଲା ବୋଲି ଅଠାଓ୍ଵଲେ କହିଛନ୍ତି।

ରାଜନୀତିକୁ ଆସିବାକୁ ପ୍ରସ୍ତୁତ ନ ଥିଲେ ସୋନିଆ

ସେ କହିଛନ୍ତି, ଯଦି ଶରଦ ପାଓ୍ଵାର ସୋନିଆଙ୍କ ସହ ରହିଥାନ୍ତେ ତେବେ, ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିଥାନ୍ତା। ରାଜୀବଙ୍କ ଦେହାନ୍ତ ପରେ ସୋନିଆ ରାଜନୀତିକୁ ଆସିବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ। ସୋନିଆ ସେ ସମୟରେ କହୁଥିଲେ, ମୋ ଶାଶୁ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ , କିନ୍ତୁ ତାଙ୍କୁ ହତ୍ୟା କରାଗଲା। ପୁଣି ମୋ ସ୍ଵାମୀ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ। ତାଙ୍କୁ ବି ହତ୍ୟା କରାଗଲା। ସୁରକ୍ଷା ଦୃଷ୍ଟି କୋଣରୁ ସୋନିଆ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ନ ଥିଲେ। ଗାନ୍ଧୀ ପରିବାର ମଧ୍ୟ ୨୦୦୪ରେ ସୋନିଆ ପ୍ରଧାନମନ୍ତ୍ରୀ ହେବା ସପକ୍ଷରେ ନ ଥିଲେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Also Read: ‘ସଞ୍ଜୟଙ୍କୁ ଖଳନାୟକ ଓ ରାଜୀବଙ୍କୁ ନାୟକ’, ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ନିଶିକାନ୍ତ ଦୁବେଙ୍କ ଟାର୍ଗେଟ୍

ନିଜର କ୍ଷତି ହୋଇଥିବା ସ୍ଵୀକାର କରିଥିଲେ ଶରଦ

ରାମଦାସ ଅଠାଓ୍ଵଲେ କହିଛନ୍ତି, ମୁଁ ସଂସଦରେ ଶରଦ ପାଓ୍ଵାରଙ୍କ ସହ ସମୟ ବିତାଇଛି। ପାଓ୍ଵାର କହିଥିଲେ, ସୋନିଆଙ୍କ ପ୍ରତି ବିଦେଶ ମୂଳ ନାଗରିକ ଶବ୍ଦ ପ୍ରୟୋଗ କରିବା ତାଙ୍କ ପାଇଁ କ୍ଷତିକାରକ ହୋଇଛି। ମନ କଥାକୁ ମନରେ ରଖିବାର ଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସେହି ସମୟରେ କଂଗ୍ରେସରେ ଯେତେ ନେତା ଥିଲେ, ସମସ୍ତଙ୍କଠୁ ଶରଦ ପାଓ୍ଵାର ବରିଷ୍ଠ ଏବଂ ପ୍ରଭାବଶାଳୀ ନେତା ଥିଲେ।