ଭୁବନେଶ୍ବର ୩୦।୮: ୧୩୭ ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମ । ନୟାପଲ୍ଲୀ ବଡସାହି ୱାର୍ଡ ନମ୍ବର ୩୭ରେ ଉପସ୍ଥିତ ରହି 'ମନ୍ କି ବାତ୍' କାର୍ଯ୍ୟକ୍ରମ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ଆସିବା ପରେ ରାଜ୍ୟରୁ ଗଞ୍ଜେଇ ଚାଲାଣକୁ କମ୍ କରିବାକୁ ଚେଷ୍ଟା ଜାରି ରହିଛି । ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରାଯାଉଛି । ସବୁ ବାଟରେ ଏହାକୁ ବନ୍ଦ ପାଇଁ ଚେଷ୍ଟା କରାଯାଉଛି । ବର୍ତ୍ତମାନ କଫ୍ ସିରପ୍ ବିକ୍ରି ବଢ଼ିଯାଇଛି । ରୋଗୀ ନୁହେଁ ଭୋଗୀ ବେଶୀ ଏହାକୁ ଖାଉଛନ୍ତି । ଯୁବପୀଢୀଙ୍କ ପାଖରେ କଲେଜ ଛାତ୍ରଙ୍କ ପାଖରେ ପହଞ୍ଚିଯାଇଛି ଏହି ନିଶା ଦ୍ରବ୍ୟ ।

ଡ୍ରଗ୍ ସେବନ ଓ ମୋବାଇଲ ଆମ ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି । ସରକାର ହଠାତ ଏହାକୁ ବନ୍ଦ କରିପାରିବେନି ଏଥିପାଇଁ ସଚେତନ କରାଯାଉଛି । ଚୋରି ଲୁଟ୍ ବଢୁଛି ତେଣୁ ଯୁଆଡେ ଯାଉଛନ୍ତି ବାହାରକୁ ସଚେତନ ହୋଇ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ । ପୋଲିସ ସଜାଗ ଅଛି ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି । ଭାରତ ଏବେ ନକ୍ସଲ ମୁକ୍ତ । ୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଯୁବ କରିବାକୁ ସଂକଳ୍ପ । ମହିଳା ମହାସଂଘଙ୍କୁ ୬୦ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ମହିଳାଙ୍କୁ ଋଣ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବରଗଡ଼ ଜିଲ୍ଲା ଦେବ୍ରିଗଡ଼ର ମୈଥିଳି ଭୁଏଙ୍କ ଅସାଧାରଣ ପ୍ରଚେଷ୍ଟା ଆଜି ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବର ମୁହୂର୍ତ୍ତ। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ନାରୀଶକ୍ତିର ଏହି ନିଷ୍ଠା ଓ ସଂକଳ୍ପକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ମୈଥିଳି ଭୁଏ ନିଜେ ଇକୋ-ଟୁରିଜମ୍ ସହ ଯୋଡ଼ିହେବା ସହ ଅଞ୍ଚଳର ୬୦ରୁ ଅଧିକ ମହିଳାଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣରେ ସାମିଲ କରି ସ୍ୱାବଲମ୍ବୀ କରିପାରିଛନ୍ତି । ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ୍ ଆମ ଓଡ଼ିଶାର ନାରୀଶକ୍ତିର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି । ଓଡ଼ିଆ ଅସ୍ମିତା, ପରିବେଶ ସଂରକ୍ଷଣ ଓ ନାରୀ ସଶକ୍ତୀକରଣର ଏହି ପ୍ରେରଣାଦାୟୀ ଅବଦାନ ପାଇଁ ମୈଥିଳି ଓ ତାଙ୍କର ସମସ୍ତ ସହଯୋଗୀ ମା'ମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Watch Video: