କୋଲ୍ଲମ,|୦୬:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛାତ୍ରଙ୍କ ଉପରେ ମାଡିଗଲା ଟିପ୍ପର । ଜୀବନ ହାରିଲେ ତିନି ଛାତ୍ର । ଏପରି ଅଭାବନୀୟ ଘଟଣା ଘଟିଛି କେରଳମର କୋଲ୍ଲମ ଜିଲ୍ଲାରେ ଥିବା ନିଲେଶ୍ୱରମ୍ ବସ୍ ଷ୍ଟପ ନିକଟରେ ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ସବୁଦିନ ଭଳି ତିନି ଜଣ ସ୍କୁଲ ଛାତ୍ର ବସ୍ ଷ୍ଟପ ପାଖରେ ଠିଆ ହୋଇଥିଲେ । ଏହି ସମୟରେ ଜିନିଷ ଲୋଡ୍ କରି ନେଉଥିବା ଏକ ଟିପ୍ପର ନିୟନ୍ତ୍ରଣ ହରାଇ ଛାତ୍ରଙ୍କ ଆଡକୁ ମାଡି ଆସିଥିଲା । ଟିପ୍ପରରେ ବାଲି ଭରି ହୋଇ ରହିଥିଲା । ଦ୍ରୁତ ଗତି ଥିବାରୁ ଏହାର ଡ୍ରାଇଭର ମଧ୍ୟ ନିୟନ୍ତ୍ରଣ ହରାଇ ବସିଥିଲେ । ଯାହା ଫଳରେ ଅଘଟଣ ଘଟିଥିଲା ।

ପ୍ରାଣ ହରାଇଥିବା ଛାତ୍ରମାନେ ବସ୍ ଷ୍ଟପ୍ ପାଖରେ ଥିବା ଏକ କାନ୍ଥ ପାଖରେ ଠିଆ ହୋଇଥିଲେ । ଫଳରେ ସେମାନେ ପ୍ରାଣ ହରାଇଥିଲେ । ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । କିଛି ବ୍ୟକ୍ତି ଟିପ୍ପର ତଳେ ଚାପି ହୋଇ ରହିଯାଇଥିଲେ । ମୃତ ଛାତ୍ରଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀର ବୋଲି ଜଣାପଡିଛି ।

Also Read :- Reson Behind UK Political Crisis: ୧୦ ବର୍ଷରେ କାହିଁକି ଗଲେଣି ୭ ପ୍ରଧାନମନ୍ତ୍ରୀ, ବ୍ରିଟେନ୍‌ରେ ରାଜନୈତିକ ସଙ୍କଟ ଚରମସୀମାରେ, ଜାଣନ୍ତୁ କାରଣ...

ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସେମାନେ ପୋଲିସ ଏବଂ ଦମକଳ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ମଧ୍ୟ ତୁରନ୍ତ ସେଠାରେ ପହଁଚିଥିଲା । ଏହାପରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।