କୋଲକାତା: ମମତାଙ୍କ ବିଶ୍ୱସ୍ତ କୁହାଯାଉଥିବା କଲ୍ୟାଣ ବାନାର୍ଜୀ ବି ଶେଷରେ ମମତାଙ୍କୁ ଧମକାଇଲେ। ରୋକ ଠୋକ ଶୁଣାଇ ଦେଇ, କହିଲେ- ଅଭିଷେକ ବାନାର୍ଜୀଙ୍କୁ ବାଛ ନହେଲେ ଆମକୁ ବାଛ। ଅଭିଷେକ ବାନାର୍ଜୀ ତାଙ୍କୁ ଅପମାନ କରିଥିବା ଅଭିଯୋଗ କରି ଏପରି କହିଛନ୍ତି କଲ୍ୟାଣ ବାନାର୍ଜୀ।

ଚାଲିଥିବା ସିଗନେଚର ଫର୍ଜୁରି କେସ୍ ଓ ଏହା ସହ ଜଡ଼ିତ ସିଆଇଡି ତଦନ୍ତ କେସର ୧୧ ଘଣ୍ଟା ମଧ୍ୟରେ ଅଭିଷେକ କଲ୍ୟାଣ ବାନାର୍ଜୀଙ୍କୁ ତାଙ୍କ ଓକିଲ ଭାବେ ହଟାଇ ଦେଇଛନ୍ତି। ଏହା ତାଙ୍କ ପାଇଁ ଏକ ଅପମାନ ବୋଲି କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ ୧୯ ଜଣ ଟିଏମ୍ସି ସାଂସଦ ବର୍ତ୍ତମାନ ମମତାଙ୍କ ବିରୁଦ୍ଧରେ ଥିବା କଲ୍ୟାଣ ବାନାର୍ଜୀ ଥିଲେ ମମତାଙ୍କ ସପକ୍ଷରେ। ହେଲେ ସେ ହିଁ ମମତାଙ୍କୁ ଅଲଟିମେଟମ ଦେଇଛନ୍ତି। ଅଭିଷେକ ଓ ଆମମାନଙ୍କ ମଧ୍ୟରେ ଯାହାକୁ ହେଲେ ଜଣଙ୍କୁ ବାଛିବାକୁ ପଡ଼ିବ ବୋଲି କଲ୍ୟାଣ ବାନାର୍ଜୀ କହିଛନ୍ତି।

ଅଭିଷେକ ବାନାର୍ଜୀ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। କଲିକତା ହାଇକୋର୍ଟ ତାଙ୍କୁ ସିଗନେଚର ଫର୍ଜୁରି ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଫଳରେ କୋଲକାତା ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ। ତେବେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ତାଙ୍କୁ ପଶ୍ଚିମବଙ୍ଗ ସିଆଇଡି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।କଲ୍ୟାଣ କହିଛନ୍ତି ଯେ ତାଙ୍କୁ ଏହି ମାମଲାରୁ ଓକିଲ ଭାବେ ଶେଷ ମୁହୂର୍ତ୍ତରେ ହଟାଇ ଦିଆଯାଇଛି। ଏବଂ ଅଭିଷେକ ଖୁବ୍ ଅହଂକାରୀ ବୋଲି କଲ୍ୟାଣ କହିଛନ୍ତି।

ଇଣ୍ଡିଆଟୁଡେକୁ ସାକ୍ଷାତ୍କାର ଦେଇ କଲ୍ୟାଣ ବାନାର୍ଜୀ କହିଛନ୍ତି “ ମୁଁ ମମତା ଦିଦିଙ୍କ ପକ୍ଷରେ ରହିଛି। କିନ୍ତୁ ତାଙ୍କୁ ବର୍ତ୍ତମାନ ବାଛିବାକୁ ପଡ଼ିବ। ଏହା ଖୁବ୍ ଅପମାନଜନକ। ମଝି ରାତିରେ ମୋତେ କୁହାଯାଉଛି ଯେ ଓକିଲ ବଦଳାଇ ଦିଆଯାଇଛି। ବରିଷ୍ଠମାନଙ୍କୁ କେମିତି ସମ୍ମାନ ଦିଆଯାଏ ସେ(ଅଭିଷେକ ବାନାର୍ଜୀ) ଜାଣି ନାହାନ୍ତି। ଅଭିଷେକ କେବେ ମୋତେ ବିଶ୍ୱାସ କରୁ ନଥିଲେ କି କରିବେ ନାହିଁ। ସେ କିଏ ? ଏତେ ଘମଣ୍ଡି। କେବଳ ତାଙ୍କ ପାଇଁ ଦଳ ନଷ୍ଟ ହୋଇଗଲା।”

Also Read- TMC Turmoil: ମମତାଙ୍କୁ ଆଉ ଏକ ଝଟକା, ରାଜ୍ୟସଭାରୁ ଇସ୍ତଫା ଦେଲେ ଆଉ ଜଣେ ଟିଏମସି ସାଂସଦ

କଲ୍ୟାଣ କହିଛନ୍ତି ଯେ ଯେତେବେଳେ ମମତାଙ୍କ ଘରେ ସିଆଇଡି ରେଡ୍ କଲା ସେତେବେଳେ କଲ୍ୟାଣ ସେଠାରେ ଉପସ୍ଥିତ ଥିଲେ। ହେଲେ ମମତା ଦିଲ୍ଲୀରେ ଥିଲେ। ତଦନ୍ତକାରୀ ଏଜେନ୍ସି ବିଜେପି ସହ ସମ୍ପର୍କ ଥିବା ଦୁଇ ଚାକ୍ଷୁସ ସାକ୍ଷୀଙ୍କୁ ନେଇ ଆସିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ମିଡିଆକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ ସିଆଇଡିର ସନ୍ଧାନ ଅଭିଯାନକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଦାଖଲ କରିଛନ୍ତି। ତେବେ ଶୁଣାଣି ପାଇଁ ହାଜର ହେବା ପୂର୍ବରୁ, ତାଙ୍କ ଜାଗାରେ ଅନ୍ୟ ଜଣେ ଓକିଲ, କିଶୋର ଦତ୍ତ ମାମଲା ପ୍ରତିନିଧିତ୍ୱ କରିବେ ବୋଲି ତାଙ୍କୁ ସୂଚନା ଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଦୁଇଟାଯାକ ମାମଲା ସେ ଓକିଲ ଥିଲେ। ହେଲେ ତାଙ୍କୁ ହଠାଇ ଦିଆଯାଇ ତାଙ୍କ ସହ ଅଳିଆ କୁଣ୍ଡ ଭଳି ବ୍ୟବହାର କରାଯାଇଛି।

ସେ କହିଥିଲେ ଆଜିର ଶୁଣାଣି ପାଇଁ ସେ କାଲିଠୁ ପ୍ରସ୍ତୁତି କରିଥିଲେ। ହେଲେ ରାତି ସାଢ଼େ ୧୨ଟାରେ ତାଙ୍କ ପୁଅ ସିରସାନ୍ୟଙ୍କୁ ଫୋନ୍ କରି ତାଙ୍କୁ କେସ୍ରୁ ହଟାଇ ଦିଆଯାଇଛି ବୋଲି କୁହାଯାଇଥିଲା। ଏବଂ ତାଙ୍କ ସ୍ଥାନରେ ଜୁନିଅର ଓକିଲ ଆୟନ ତର୍କ ରଖିବେ ବୋଲି କୁହାଯାଇଥିଲା। ଏହାପରେ କଲ୍ୟାଣ ବାନାର୍ଜୀ ଅଶନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି “ମୁଁ ଖୋଲାଖୋଲି କହିଦେଇଛି ଯେ ମୁଁ ତାଙ୍କ(ଅଭିଷେକ) ସହ ରହିବି ନାହିଁ। ମୁଁ ଗତ ୪୫ ବର୍ଷ ହେଲା ଏହି ପ୍ରଫେସନରେ ରହିଛି। ମୁଁ ଏଭଳି ଅହଂକାରୀ ବ୍ୟବହାର ଆଦୌ ସହିବି ନାହିଁ। ମୁଁ ମମତା ଦିଦିଙ୍କୁ କହିବି, ତୁମେ ଅଭିଷେକଙ୍କୁ ରଖି ଆମକୁ ଯିବାକୁ ଦିଅ ନହେଲେ ଆମକୁ ରଖି ଅଭିଷେକଙ୍କୁ ବିଦା କର।”