ନୂଆଦିଲ୍ଲୀ ୦୮।୦୭: ଚୀନ୍‌ରେ ଗତ ୨୪ ଘଣ୍ଟାରେ ଝଡ଼ବର୍ଷା, ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ଏଥିଯୋଗୁ ଅନ୍ୟୁନ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ୩୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି ସି- ଜିନ୍ପିଙ୍ଗ୍ ଜରୁରିକାଳୀନ ଭିଭିରେ ଉଦ୍ଧାର କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ଏବଂ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ଲାଗି ସବୁପ୍ରକାର ଉଦ୍ଯମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ମଙ୍ଗଳବାର ଉତ୍ତର ପଶ୍ଚିମ ଚୀନ୍‌ରେ ଗାନ୍ସୁ ପ୍ରଦେଶର ଏକ ସହରରେ ଭୂସ୍ଖଳନ ଯୋଗୁ ୩୩ ଜଣ ମାଟି ତଳେ ପୋତି ହୋଇଯାଇଥିଲେ। ସେମାନଙ୍କ ମାନଙ୍କ ମଧ୍ୟରୁ ୫ ଜଣଙ୍କର ସେହିଠାରେ ହିଁ ମୃତ୍ୟୁ ଘଟିଥିଲା । ୨୧ ଜଣଙ୍କୁ ତୁରନ୍ତ ବାହାର କରାଯାଇଥିଲା। ଅନ୍ୟମାନେ ନିଖୋଜ ଥିବାବେଳେ ସେମାନଙ୍କ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ପୂର୍ବ ହୁବେଇ ପ୍ରଦେଶରେ ସୋମବାର ରାତିରେ ଝଡ଼ବର୍ଷା, ବଜ୍ରପାତ ଏବଂ ତୀବ୍ର ଗତିରେ ପବନ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଏଠାରେ ୨୨ଟି କୋଠା ସମ୍ପୂର୍ଣ ଭୁଶୁଡ଼ି ପଡ଼ିଛି । ଅନ୍ୟୁନ ୪, ୮୫୫ଟି ଘର କ୍ଷତିଗ୍ରସ୍ତ ହୋଇଛି। ଲିଉଲାନ୍ ରିଜର୍ଭରରେ ଥିବା ଡ୍ୟାମ୍ କାନ୍ଥର କେତେକ ଅଂଶ ଭାଙ୍ଗିଯାଇଛି। ଟାଇଫୁନ୍ ମେସାକ୍ ପ୍ରଭାବ ଭାବରେ ଗୁଆଇ ଆଙ୍ଗସିରେ ରେକର୍ଡ ବର୍ଷା ହୋଇଛି। ଏଥିଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ୮ ନିଖୋଜ ଅଛନ୍ତି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଏଠାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ବଳେ ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ପ୍ରଭାବିତଙ୍କ ନିକଟରେ ପହଞ୍ଚିବାକୁ ଜିନ୍ପିଙ୍ଗ ପ୍ରଶାସନିକ ପ୍ରଶ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ମାସ ହେଲା ଚୀନ୍‌ରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବର୍ଷା, ବନ୍ୟା, ଭୂସ୍ଖଳନ ଭଳି ବିପର୍ଯ୍ୟୟ ଦେଖୁବାକୁ ମିଳୁଛି।