ନୂଆଦିଲ୍ଲୀ, ୨୦/୦୯: ଇରାନୀ ସରକାରଙ୍କ ଡାକରାରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ରାଜଧାନୀ ତେହରାନରେ ଜନସମୁଦ୍ର ଦେଖିବାକୁ ମିଳିଛି। ଲୋକମାନେ ବିଶାଳ ରାଲିରେ ସାମିଲ ହୋଇଛନ୍ତି। ଯୁଦ୍ଧ ପରଠାରୁ ଏହା ସରକାରଙ୍କ ସମର୍ଥିତ ସବୁଠୁ ବଡ଼ ରାଲି ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ସେହିଭଳି ସରକାରଙ୍କ ଆହ୍ବାନକ୍ରମେ ଲୋକେ ଦେଶର ସୁରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ପ୍ରସ୍ତୁତ ହୋଇଛନ୍ତି। ସରକାର ଏହି ଅଭିଯାନର ନାମଜାଁଫଦାଏ ଇରାନରଖିଛନ୍ତି। ଏହାର ଅର୍ଥଇରାନ ପାଇଁ ପ୍ରାଣ ଦେବାକୁ ବି ପ୍ରସ୍ତୁତ

ସରକାରୀ ଅଧିକାରୀଙ୍କ ଅନୁସାରେ,୬ ଲକ୍ଷରୁ ଅଧିକ ଲୋକ ସାମରିକ ତାଲିମ ପାଇଁ ପଞ୍ଜିକରଣ କରାଇଛନ୍ତି। ଏହି ସଂଖ୍ୟା ୧୦ ଲକ୍ଷ ପାର୍ କରିବା ନେଇ ଇରାନର ରିଭଲ୍ୟୁସନାରି ଗାର୍ଡ ଦାବି କରିଛି। ତେହରାନରେଜାଁଫଦାଏ ଇରାନରାଲି ବେଳେ ଇରାନର ବସିଜ୍ ମିଲିସିଆ ସଦସ୍ୟମାନେ ବନ୍ଧୁକ ଧରିଥିଲେ । ଏଥିରେ ଅନେକ ମହିଳା ସଦସ୍ୟ ବି ବନ୍ଧୁକ ଧରିଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ସେନା ପୋଷାକ ପିନ୍ଧିଥିଲେ ଏବଂ ହାତରେ ଜାତୀୟ ପତାକା ଧରିଥିଲେ । ସରକାର ଏମାନଙ୍କୁଆସଲ୍ଡ ରାଇଫଲ୍ଚଳାଇବା ସହିତ ଜରୁରି ସୈନ୍ୟ ତାଲିମ ଦେବା ଲାଗି ଯୋଜନା ରଖିଛନ୍ତି। ଏହାପରେ ସେମାନଙ୍କୁ ଦେଶର ସୁରକ୍ଷାରେ ସହାୟତା ଲାଗି ଡକାଯାଇ ପାରିବ।

ରାଲିରେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ,ସୈନ୍ୟ କମାଣ୍ଡର ଏବଂ ସରକାରଙ୍କ ବରିଷ୍ଠ ଅଧିକାରୀ ବି ସାମିଲ ହୋଇଥିଲେ। କିଛି ଲୋକ ଆମେରିକା ଓ ଇସ୍ରାଏଲର ପତାକାକୁ ପାଦରେ ଦଳୁ ଥିବା ଦେଖିବାକୁ ମିଳିଥିଲା। ରାଲିରେଆମେରିକାର ମୃତ୍ୟୁଏବଂଇସ୍ରାଏଲ୍ର ମୃତ୍ୟୁଭଳି ସ୍ଲୋଗାନ ଦିଆଯାଇଥିଲା। ଏଥିରେ ୨୪ ବର୍ଷୀୟା ମରଜିଏହ ଅଫାଗୀ ନିଜ ସନ୍ତାନ ଓ ପତିଙ୍କ ସହ ସାମିଲ ହୋଇଥିଲେ। ସେ କହିଛନ୍ତି,ଇରାନର ଲୋକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ କହିବାକୁ ଚାହୁଁଛନ୍ତି ଯେ ସେମାନେ ତାଙ୍କ ଧମକକୁ ଡରୁନାହାନ୍ତି। ଇତିହାସରେ କୌଣସି ଦେଶ ଇରାନ ଉପରେ ଆକ୍ରମଣ କରି ଏହାକୁ କବ୍ଜା କରିବା ନଜିର ନାହିଁ। ତେଣୁ ଆମେରିକା ବି ଏଥିରେ ସଫଳ ହେବାର ପ୍ରଶ୍ନ ଉଠୁ ନାହିଁ ।

Also Read :-ତୋଟାପଡ଼ା ଛକରେ ଭୟଙ୍କର ଦୁର୍ଘଟଣା, ସ୍ପଟରେ ହିଁ ଚାଲିଗଲା ୨ ଜୀବନ

ଇରାନର ଏହି ରାଲିରେ କେବଳ ଜନତା ଶକ୍ତି ପ୍ରଦର୍ଶନ କରି ନ ଥିଲେ। ଦେଶ ନିଜ ସାମରିକ ଶକ୍ତି ବି ପ୍ରଦର୍ଶନ କରିଥିଲା। ଏଥିରେ ବିମାନ ନିରୋଧୀ ବ୍ୟବସ୍ଥା,ମେସିନ ବନ୍ଧୁକ ଏବଂ ଡ୍ରୋନ ଦେଖିବାକୁ ମିଳିଥିଲା। ରିଭଲ୍ୟୁସନାରି ଗାର୍ଡ ଏଭଳି ଡ୍ରୋନ ଦେଖାଇଥିଲା,ଯାହାକୁ ହୋର୍ମୁଜ ପ୍ରଣାଳୀରେ ଜାହାଜ ବିରୋଧରେ ବ୍ୟବହାର କରାଯାଉଛି। ଯୁଦ୍ଧ ପରଠାରୁ ଏହି ସାମୁଦ୍ରିକ ମାର୍ଗରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। କାଁ ଭାଁ ଜାହାଜ ହୋର୍ମୁଜ ମାର୍ଗ ଦେଇ ଯାତାୟାତ କରୁଥିବା ଜଣାପଡ଼ିଛି।