ନୂଆଦିଲ୍ଲୀ, ୨୦/୦୯: ଆମେରିକା ଏବଂ ଇରାନ ମଧ୍ୟରରେ ଯୁଦ୍ଧ ଚାଲିଛି । କେହି କାହାରିକୁ ଛାଡିବାକୁ ନାରାଜ୍ । ଏସବୁ ଭିତରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମଧ୍ୟ କରାଯାଉଛି । ତେବେ ଇରାନ ଆମେରିକା ସହ ଯୁଦ୍ଧ ବନ୍ଦ କରିବା ପାଇଁଟି ସର୍ତ୍ତ ରଖିଛି । ଏହି ସବୁ ସର୍ତ୍ତକୁ କତାର ଜରିଆରେ ଆମେରିକାକୁ କୁହାଯାଇଛି । ଏହାସହ ଯଦି ଆମେରିକା ସର୍ତ୍ତରେ ରାଜି ନହୁଏ ତାହାଲେ ତେହେରାନ ଆଗାମୀ ଦିନରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବ ବୋଲି ଆମେରିକାକୁ ଚେତାବନୀ ମଧ୍ୟଦେଇଛି

ଇରାନ ସର୍ତ୍ତ ରଖିଛି ଯେ, ଆମେରିକାକୁ ସବୁଆଡୁ ଯୁଦ୍ଧ ବନ୍ଦ କରିବାକୁ ହେବ । ଏହାସହ ଇରାନୀ ଫଣ୍ଡ୍ ଜାରି କରାଯିବ, ସମୁଦ୍ରରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ଆଦି ସର୍ତ୍ତରେ ସାମିଲ ଅଛି । ଇରାନ ସୁପ୍ରିମ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟାରୀ ମୋହସିନ୍ ରେଜାଇ କହିଛନ୍ତି ଯେ, କତାର ଇରାନର କଥା ଆମେରିକା ନିକଟରେ ପହଁଚାଇ ଦେଇଛି । ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି ।

ରେଜାଇ ଆହୁରି କହିଛନ୍ତି ଯେ, ସେ କତାର ସହ ଯୋଗାଯୋଗରେ ରହିଛନ୍ତି । ଆମେରିକା ସହ ଆଲୋଚନା ପାଇଁ ଏହିଟି ସର୍ତ୍ତ ଜରୁରୀ । ତେହେରାନର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଏହି ସର୍ତ୍ତକୁ ମାନିଲେ ଆମେରିକା ପାଇଁ ଭଲ ହେବ । ଟ୍ରମ୍ପଙ୍କ ଧମକରେ କିଛି ଫଳାଫଳ ବାହାରିବ ନାହିଁ । ଇରାନ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ତେହେରାନ ନିଜ ସୈନ୍ୟ ବାହିନୀରେ ଅନେକ ପରିବର୍ତ୍ତନ କରିଛି । ଏହାରି ମଧ୍ୟରେ ଆଣ୍ଟି ସିପ୍ ମିସାଇଲର ପରୀକ୍ଷଣ ମଧ୍ୟ ହୋଇଛି ।

Also Read :- ମିଳୁନି ସୁପର୍ ଟ୍ୟାଙ୍କର, କେମିତି ଆସିବ ତେଲ ? ଆହୁରି ବଢିଯିବ ପେଟ୍ରୋଲ୍-ଡିଜେଲ ରେଟ୍ !

ସୂଚନାଯୋଗ୍ୟ, ଗତ ମାସରେ ଯୁଦ୍ଧ ବନ୍ଦ କରିବା ପାଇଁ କତାର ଏବଂ ପାକିସ୍ତାନର ମଧ୍ୟସ୍ତତାରେ ପୁଣି ପ୍ରୟାସ ଆରମ୍ଭ ହୋଇଥିଲା । କିନ୍ତୁ ଏହା ପରେ ଉଭୟ ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ କରି ସମାଧାନର ରାସ୍ତାକୁ ବନ୍ଦ କରିଦେଇଥିଲେ ।