ମୁମ୍ଵାଇ ୨୦।୦୯; କ୍ୟାମେରା ସାମ୍ନାରେ ସବୁବେଳେ ଗ୍ଲାମରସ୍ ଲୁକ୍... କିନ୍ତୁ କ୍ୟାମେରା ପଛରେ ମାତୃତ୍ୱର ଏକ ନୂଆ ଅନୁଭବ! ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ତାଙ୍କୁ ନେଇ ନିକଟରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଖୁବ୍ ଚର୍ଚ୍ଚା। ନିକଟରେ ଅମ୍ବାନୀ ପରିବାରର ଗଣେଶ ଉତ୍ସବର କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବା ପରେ କିଛି ୟୁଜର୍ସ ତାଙ୍କ ଲୁକ୍ ଓ ଓଜନକୁ ନେଇ କମେଣ୍ଟ କରିଥିଲେ।

ମାତୃତ୍ୱ ପରେ ଶରୀରରେ ଆସୁଥିବା ସ୍ୱାଭାବିକ ପରିବର୍ତ୍ତନକୁ ନେଇ ଏପରି ଟ୍ରୋଲିଂ ପୁଣି ଥରେ ଆଣିଛି ବଡି ଶେମିଂର ପ୍ରସଙ୍ଗ। କ୍ୟାଟ୍ରିନାଙ୍କ ସମର୍ଥନରେ ବାହାରି ଥିଲେ ଅନେକ ସେଲିବ୍ରିଟି। ଅଲି ଜାଫର, ସୋନାରିକା ଭଦୌରିଆ, ଶିବାଲିକା ଓବେରୋଇ ଓ ହ୍ରିତିକ୍ ରୋଶନଙ୍କ ଭଳି ଅଭିନେତାମାନେ ବଡି ଶେମିଂକୁ ନେଇ ନିଜ ଆପତ୍ତି ଜଣାଇଥିଲେ।

ତେବେ ଏସବୁ ଚର୍ଚ୍ଚା ଭିତରେ କ୍ୟାଟ୍ରିନା ନିଜେ କହିଛନ୍ତି ନିଜ ଅନୁଭବର କଥା। ମାତୃତ୍ୱ ପରେ ତାଙ୍କ ସ୍କିନ୍ ପୂର୍ବାପେକ୍ଷା ଅଧିକ ସେନ୍ସିଟିଭ୍ ହୋଇଥିବା ନେଇ ସେ କହିଛନ୍ତି। ଏହି ସମୟରେ ନିଜ ତ୍ୱଚା ପାଇଁ ଉପଯୁକ୍ତ ସ୍କିନ୍କେୟାର ପ୍ରଡକ୍ଟ ବାଛିବା ମଧ୍ୟ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ତାଙ୍କୁ ଦରକାର ଥିଲା ଏପରି ସ୍କିନ୍କେୟାର, ଯାହା ତ୍ୱଚାକୁ କୁଲିଂ ଓ କମ୍ଫର୍ଟ ଦେବା ସହ ତାହାର ରିକଭରିରେ ସହାୟକ ହେବ।

କିନ୍ତୁ କ୍ୟାଟ୍ରିନାଙ୍କ ପାଇଁ କେବଳ ସ୍କିନ୍ ନୁହେଁ... ବଦଳିଛି ‘ସୁନ୍ଦର ଦେଖାଯିବା’ର ସଂଜ୍ଞା ମଧ୍ୟ। କ୍ୟାରିୟରର ଆରମ୍ଭ ସମୟରେ ଯେଉଁଠି ଲୁକ୍ ଓ ବ୍ୟୁଟିର ନିର୍ଦ୍ଦିଷ୍ଟ ମାପଦଣ୍ଡ ଥିଲା, ଏବେ ତାଙ୍କ ପାଇଁ ସୁନ୍ଦର ଦେଖାଯିବାଠାରୁ ଭଲ ଅନୁଭବ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ହେଲ୍ଦି ଡାଏଟ୍, ଆକ୍ଟିଭ୍ ରହିବା ଓ ମେଡିଟେସନ ସହ ସକାଳେ କିଛି ସମୟ ଫୋନରୁ ଦୂରେ ରହିବା, ଆଉ ପ୍ରାକୃତିକ ଆଲୋକରେ କିଛି ସମୟ ବିତାଇବା ଏସବୁ ତାଙ୍କୁ ଭଲ ଅନୁଭବ କରାଏ ବୋଲି ସେ କହିଛନ୍ତି। କ୍ୟାଟ୍ରିନାଙ୍କ ମତରେ, ଯେତେବେଳେ ଜଣେ ନିଜକୁ ଭିତରୁ ସୁସ୍ଥ ଓ ଭଲ ଅନୁଭବ କରନ୍ତି, ସେହି ଆତ୍ମବିଶ୍ୱାସ ଚେହେରାରେ ମଧ୍ୟ ଦେଖାଯାଏ। ମାତୃତ୍ୱ ପରେ ଶରୀର ବଦଳିବା ସ୍ୱାଭାବିକ କିନ୍ତୁ ଏହି ପରିବର୍ତ୍ତନକୁ ନେଇ ଟ୍ରୋଲିଂ ଓ ବଡି ଶେମିଂ ନୁହେଁ ଆବଶ୍ୟକ ହେଉଛି ବୁଝାମଣା ଓ ସମ୍ମାନ। 

Also Read-ଦୀପିକା-ରଣବୀରଙ୍କ ଘରକୁ ଆସିଲେ ନୂଆ ଅତିଥି, ଖୁସି ଖବର ଦେଲେ ଦୀପବୀର୍‌