ମୁମ୍ବାଇ : ବିଗ୍ ବସ୍ ମଞ୍ଚରେ ସଲମାନ ଖାନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଗ୍ ବସ୍ ୨୦ର ‘ୱିକେଣ୍ଡ କା ୱାର୍’ର ଏକ ପ୍ରୋମୋ ଦେଖିବା ପରେ ସଲମାନ ଖାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ପ୍ରୋମୋରେ ସଲମାନଙ୍କ ମୁହଁରେ ଯନ୍ତ୍ରଣା ଦେଖିବାକୁ ମିଳିଛି। ଏପରିକି ସେ ଡାକ୍ତରଙ୍କୁ ଡାକିବାକୁ କହିବା ସହ ମଞ୍ଚରେ ଶୋଇପଡ଼ୁଥିବା ଦୃଶ୍ୟ ମଧ୍ୟ ଦେଖାଯାଇଛି। ସଲମାନଙ୍କୁ ଛାତି ପାଖରେ ହାତ ରଖି ଯନ୍ତ୍ରଣାରେ ଥିବା ଭଳି ଦେଖାଯାଇଥିଲା। ପରେ ସେ ପାଣି ମାଗିବା ସହ ମଞ୍ଚରେ ଶୋଇପଡ଼ିଥିଲେ । ଏହାକୁ ନେଇ ଫ୍ୟାନ୍ସଙ୍କ ଚିନ୍ତା ବଢ଼ିଥିଲା।

ଏହି ପ୍ରୋମୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ସଲମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ପରେ ଏହି ଘଟଣା ପଛର ଅସଲି କାହାଣୀ ସାମ୍ନାକୁ ଆସିଛି। ସଲମାନ ଖାନ୍ ନିଜେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ସମସ୍ୟା ନାହିଁ। ଭାଇଜାନଙ୍କ କହିବା ଅନୁସାରେ, ପ୍ରୋମୋରେ ଦେଖାଯାଇଥିବା ଯନ୍ତ୍ରଣାର ଦୃଶ୍ୟଟି ଏକ ବିଶେଷ ବାର୍ତ୍ତା ଦେବା ପାଇଁ କରାଯାଇଥିଲା। ଏହି ପୂରା ଘଟଣାର ସମ୍ପର୍କ ବିଗ୍ ବସ୍ ପ୍ରତିଯୋଗୀ କାଜି ତୌକିରଙ୍କ ସହ ରହିଛି। ରିପୋର୍ଟ ଅନୁସାରେ, କାଜି ପୂର୍ବରୁ ନିଜ ସ୍ୱାସ୍ଥ୍ୟକୁ ନେଇ ଏକ ଡ୍ରାମା କରିଥିଲେ ଏବଂ ପରେ ତାହାକୁ ଅଭିନୟ ବୋଲି କହିଥିଲେ। ସଲମାନ ନିଜ ଅଭିନୟ ମାଧ୍ୟମରେ ଏହା ଦେଖାଇବାକୁ ଚାହୁଁଥିଲେ ଯେ କାହାର ସ୍ୱାସ୍ଥ୍ୟକୁ ମନୋରଞ୍ଜନର ବିଷୟ କରିବା କେତେ ଗମ୍ଭୀର ହୋଇପାରେ।

ତେବେ ପ୍ରୋମୋକୁ ଏଭଳି ଭାବରେ ଏଡିଟ୍ କରାଯାଇଥିଲା ଯେ ଏହା ଦେଖି ଲାଗିଥିଲା ଯେ ସଲମାନଙ୍କର ପ୍ରକୃତରେ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି। ଏହାକୁ ନେଇ ସଲମାନ ଚିନ୍ତିତ ଫ୍ୟାନ୍ସଙ୍କୁ ଆଶ୍ୱସ୍ତ କରିବା ସହ ପ୍ରୋମୋର ଏଡିଟିଂ ପାଇଁ କ୍ଷମା ମାଗିଛନ୍ତି। ଅର୍ଥାତ୍, ବିଗ୍ ବସ୍ ମଞ୍ଚରେ ସଲମାନଙ୍କୁ ନେଇ ଯେଉଁ ହେଲ୍ଥ ସ୍କେୟାର୍ ସୃଷ୍ଟି ହୋଇଥିଲା, ତାହା ପ୍ରକୃତ ଘଟଣା ନଥିଲା । ଏହି ଦୃଶ୍ୟକୁ ନେଇ ଭାଇଜାନଙ୍କ ଫ୍ୟାନ୍ସଙ୍କ ଚିନ୍ତା ଏବେ ଦୂର ହୋଇଛି। ସେମାନେ ଏବେ ଆଶ୍ୱସ୍ତି ଅନୁଭବ କରୁଛନ୍ତି