ବୌଦ୍ଧ ୨।୧୨: ଦଶମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟିରେ ଲାଖିଲା ଚିକେନ୍ ହାଡ । ସ୍କୁଲରେ ଚିକେନ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଲା ହାଡ । ବୌଦ୍ଧ ଝାଡ୍ରାଜିଙ୍ଗ ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛାତ୍ରୀଙ୍କୁ ଗୁରୁତର ଭାବେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀ ଅନୁଗୋଳ ଜିଲ୍ଲା ସଞ୍ଜାମୂରା ଗ୍ରାମର ବୋଲି ଜଣାପଡିଛି ।