LSG vs CSK, IPL 2026: ଶୁକ୍ରବାର ଆଇପିଏଲ୍ ୨୦୨୬ର ୫୯ ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ବିଜୟ ପାଇଁ ଲକ୍ଷ୍ନୌକୁ ୧୮୮ ରନ୍ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ ୭୧ ରନ୍ କରିଥିଲେ। ଶିବ ଦୁବେ ଦଳ ପାଇଁ ୩୨ ରନ୍ର ଯୋଗ ଦାନ ଦେଇଥିଲେ।

ଲକ୍ଷ୍ନୌ ବ୍ୟାଟିଂ- ଆଜିର ମ୍ୟାଚରେ ଚେନ୍ନାଇ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଆରମ୍ଭରୁ ଦଳର ପ୍ରଦର୍ଶନ ଖରାପ ରହିଥିଲା। ଅଧିନାୟକ ଋତୁରାଜ ଗାୟକୱାଡଙ୍କୁ ଆକାଶ ମହାରାଜ ସିଂହ ମାତ୍ର ୧୩ ରନ୍ କରି ଆଉଟ୍ କରି ଦେଇଥିଲେ।ଏହାପରେ ଆକାଶ ଅନ୍ୟ ଓପନର ସଞ୍ଜୁ ସାମସନଙ୍କୁ ମଧ୍ୟ ଆଉଟ୍ କରିଦେଇଥିଲେ। ସଞ୍ଜୁ ମାତ୍ର ୨୦ ରନ କରି ପାଭିଲିଅନ ଫେରିଯାଇଥିଲେ। ସେତେବେଳେ ସିଏସକେ ମାତ୍ର ୩୬ ରନ୍ କରି ୨ ୱିକେଟ୍ ହରାଇ ସାରିଥିଲା। ଏହାପରେ ଉର୍ଭିଲ ପଟେଲ (୬ ରନ)ଙ୍କ ରୂପରେ ସିଏସକେର ତୃତୀୟ ୱିକେଟ ପଡ଼ିଲା। ଉର୍ଭିଲ ମଧ୍ୟ ଆକାଶଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହାପରେ କାର୍ତ୍ତିକ ଶର୍ମା ଏବଂ ଡେୱାଲ୍ଡ ବ୍ରେଭିସ୍ ଚତୁର୍ଥ ୱିକେଟ ପାଇଁ ୭୦ ରନ ଯୋଡିଥିଲେ।

ଡେୱାଲ୍ଡ ବ୍ରେଭିସ୍ ୧୬ ବଲରୁ ୨୫ ରନ୍ ଯୋଗଦାନ ଦେଇଥିଲେ, ଯେଉଁଥିରେ ଦୁଇଟି ଛକା ମଧ୍ୟ ସାମିଲ ଥିଲା। ମହମ୍ମଦ ଶାମି ବ୍ରେଭିସଙ୍କ ୱିକେଟ୍ ନେଇଥିଲେ। ସେପଟେ କାର୍ତ୍ତିକ ଶର୍ମା ତାଙ୍କ ଆଇପିଏଲ୍ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। କାର୍ତ୍ତିକ ୪୨ ବଲ୍ରେ ୬ ଚୌକା ଏବଂ ୫ ଛକା ସହାୟତାରେ ୭୧ ରନର ଯୋଗଦାନ ଦେଇଥିଲେ।

Also Read- Virat Kohli 14000 T20 Runs 10th Century: କିଙ୍ଗ୍ କୋହଲିଙ୍କ ବିରାଟ ରେକର୍ଡ, ଟି-୨୦ରେ ୧୪,୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ...

କାର୍ତ୍ତିକଙ୍କୁ ଶାହବାଜ ଅହମ୍ମଦ ଆଉଟ୍ କରିଥିଲେ। ଶେଷ ଓଭରଗୁଡ଼ିକରେ ଶିବମ ଦୁବେ ଏକ ଧମାକାଦାର ଇନିଂସ ଖେଳି ସିଏସକେକୁ ଏକ ଭଲ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଶିବମ ୧୬ ବଲରୁ ୩ଟି ଚୌକା ଏବଂ ଦୁଇଟି ଛକା ସହାୟତାରେ ଅପରାଜିତ ୩୨ ରନ୍ କରିଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍ ତିନୋଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା। ଏହି ସିଜିନରେ ଦୁଇ ଦଳ ମଧ୍ୟରେ ଏହା ଦ୍ୱିତୀୟ ଫାଇଟ। ଏହା ପୂର୍ବରୁ ୧୦ ମଇ, ୨୦୨୬ରେ ଖେଳାଯାଇଥିବା ପୂର୍ବ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫ ୱିକେଟରେ ପରାସ୍ତ କରିଥିଲା।