ପୁରୀ, ୦୧/୦୫ : ପୁରୀ ଶ୍ରୀ ଜଗନ୍ନାଥ ଧାମଠାରେ ଅଗ୍ରଣୀ ଖାଦ୍ୟ ଉଦ୍ୟୋଗ ଫାର୍ମବି ଓ ରେଜ୍ ଫାଉଣ୍ଡେସନ୍ ପକ୍ଷରୁ ଏକ ନିଆରା ମହାଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପବିତ୍ର ପରିବେଶରେ ଭକ୍ତି, ସେବା ଓ ସଂସ୍କୃତିର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ରୋଷେଇରୁ ପ୍ରେରିତ ହୋଇ ଦେବ ଭୋଗ ଖେଚୁଡି ଓ ସାଗୁ ଖିରି ପ୍ରସ୍ତୁତ କରାଯାଇ ପବିତ୍ର ବଡଦାଣ୍ଡ ପରିସରରେ ହଜାର ହଜାର ଭକ୍ତଙ୍କୁ ଭକ୍ତିଭାବ ସହ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ପାତ୍ରରେ ଥିଲା ଶୁଦ୍ଧତା, ଭରସା ଏବଂ ଆଧ୍ୟାତ୍ମିକତାର ସ୍ପର୍ଶ ।

ଏହି ପବିତ୍ର ପ୍ରୟାସ କେବଳ ଖାଦ୍ୟ ବଣ୍ଟନ ନୁହେଁ ବରଂ ଓଡିଶାର ଧାର୍ମିକ ଓ ପରମ୍ପରାକୁ ପୁନର୍ଜୀବିତ କରିବାର ଏକ ସାର୍ଥକ ଚେଷ୍ଟା । ଭକ୍ତମାନେ ଏହାକୁ ମହାପ୍ରଭୁଙ୍କ ପ୍ରସାଦ ଭାବେ ଗ୍ରହଣ କରି ଫାର୍ମବି ପ୍ରତି ତାଙ୍କର ଆନନ୍ଦ ଓ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଭକ୍ତମାନେ କହିଥିଲେ, ଏହା କେବଳ ଖାଦ୍ୟ ନୁହେଁ ବରଂ ମହାପ୍ରଭୁଙ୍କ ପ୍ରସାଦର ଅନୁଭୁତି ଦେଉଛି । ଫାର୍ମବି ପକ୍ଷରୁ ନିଆଯାଇଥିବା ଏହି ପବିତ୍ର ପଦକ୍ଷେପ ଓଡିଶାର ଧାର୍ମିକ ଓ ପାକଶାଳାର ପରମ୍ପରାକୁ ନୂତନ ଆଲୋକରେ ଉପସ୍ଥାପନା କରିଛି । ସେବା, ସମର୍ପଣ ଏବଂ ସଂସ୍କୃତି ପ୍ରତି ଆଦରକୁ ଆଗରେ ରଖି ଫାର୍ମବି ଏହି ଉଦ୍ୟମ ମାଦ୍ୟମରେ ସମାଜ ସହ ଏକ ଗଭୀର ଆତ୍ମୀୟ ସମ୍ପର୍କ ସୃଷ୍ଟି କରିଛି । ଏହା ପୁନର୍ବାର ପ୍ରମାଣ କରିଛି ଏକତା, ଭକ୍ତି ଓ ସେବାରେ ହିଁ ରହିଛି ସତ୍ୟ ଓ ସଫଳତାର ମାର୍ଗ ।

ଫାର୍ମବି ଓ ରେଜ୍ ଫାଉଣ୍ଡେସନର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିବା ସହ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।