ଭୁବନେଶ୍ୱର: ଚଳିତ ବର୍ଷ କମ ହୋଇପାରେ ବର୍ଷା । ସ୍ୱାଭାବିକ ଠାରୁ ୬ ପ୍ରତିଶତ କମ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ବିଦେଶୀ ସଂସ୍ଥା ସ୍କାଇମେଟ । ସମଗ୍ର ଭାରତରେ ଏ ବର୍ଷ କମ ମୌସୁମୀ ବର୍ଷା ସମ୍ଭାବନା ରହିଛି । ତେବେ ଏଲ-ନିନୋର ପ୍ରଭାବ ଓଡିଶା ଉପରେ ପଡିନପାରେ ବୋଲି କହିଛନ୍ତି ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ପୂର୍ବରୁ ମୌସୁମୀ ଉପରେ ଏଲନିନୋର ପ୍ରଭାବ ଥାଇ ମଧ୍ୟ ତାହା ଓଡିଶା ଉପରେ କାର୍ଯ୍ୟକରି ନାହିଁ ବୋଲି ସେ କହିଛନ୍ତି ।

୨୦୨୫ ମସିହା, ୨୦୨୩ରେ ଏଲ-ନିନୋ ପ୍ରଭାବ ରହିଥିଲା । କିନ୍ତୁ ଓଡ଼ିଶାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ମଧ୍ୟ ତଥ୍ୟ ରହିଛି । ଚଳିତ ବର୍ଷ ଏହାର ପ୍ରଭାବ କିପରି ରହିବ ତାହା ମେ ମାସ ବେଳକୁ ସ୍ପଷ୍ଟ ହେବ । ଏପଟେ କିନ୍ତୁ ସ୍କାଇମେଟର ଆକଳନ କହୁଛି ଏ ବର୍ଷ ୯୪ ପ୍ରତିଶତ ବର୍ଷା ସମଗ୍ର ଭାରତରେ ରେକର୍ଡ ହେବ । ବିଶେଷ କରି ଜୁନ ଜୁଲାଇରେ ବର୍ଷାର ମାତ୍ର କମ ରହିବ ।

​​​​​​​Also Read...Weather Update: ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଓଡ଼ିଶା, ୪ ଜିଲ୍ଲାକୁ ଆଲର୍ଟ କରାଇଲା ପାଣିପାଗ ବିଭାଗ

ଏହା ପ୍ରଭାବ ଦେଶର ହରିୟାଣା, ପଞ୍ଜାବ, ରାଜସ୍ଥାନ ପରି ରାଜ୍ୟରେ ପଡିବା ଦମ୍ଭବନା ରହିଛି । ମୌସୁମୀ ବର୍ଷା ପାଇଁ ବିଭିନ୍ନ ଫ୍ୟାକ୍ଟର ରୁହେ । ଖରା, ପବନର ଦିଗ, ଲଘୁଚାପ । ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ଜନିତ ପୂର୍ବାନୁମାନ ଏହାକୁ ସ୍ପଷ୍ଟ କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଯଦି ବର୍ଷା କମ ହୁଏ ତେବେ ଚାଷୀଙ୍କ ପାଇଁ ଚିନ୍ତା ବଢିବ ବୋଲି ସେ କହିଛନ୍ତି । ଏବର୍ଷ ଖରା ଓ ତାର ପ୍ରକୋପ ମଧ୍ୟ ଅଧିକ ରହିବାକୁ ନେଇ ପୂର୍ବାନୁମାନ ହୋଇଛି ।