ବ୍ରହ୍ମପୁର ୧୫।୧୦: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଛକରେ ସିରିଜ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ବୁଧବାର ରୋଜାଲିନ ରାଣୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ବ୍ରହ୍ମପୁର ମେଡିକାଲରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନାଉଳି ଗାଁର ଲକ୍ଷ୍ମୀଧର ଗୌଡ଼ ଏବଂ ଉତ୍ତର ପ୍ରଦେଶ କାନପୁରର ବିନୋଦ କୁମାର ।

ସେପଟେ ଭୟଙ୍କର ଦୁର୍ଘଟଣାର CCTV ଭିଜୁଆଲ୍ ସାମ୍ନାକୁ ଆସିଛି । ଯେଉଁ ସିସିଟିଭି ଭିଜୁଆଲକୁ ଦେଖିଲେ ଛାତି ଥରିଉଠିବ । ପାଟିରୁ ବାହାରି ଆସିବ, ଓଃ କେତେ ଭୟଙ୍କର । ଭିଜୁଆଲ ଦେଖିବାକୁ ଯେତିକି ଭୟଙ୍କର ପ୍ରକୃତରେ ଦୁର୍ଘଟଣା ତାଠାରୁ ଅଧିକ ଭୟଙ୍କର ଥିଲା ।

Also Read:- ଉଦଳା ରାଜନୀତିରେ ବଡ଼ ହଟଚମଟ, ବିଜେଡି ଛାଡ଼ି ବିଜେପିରେ ମିଶିଲେ ଦୁଇ ପୁରୁଖା ନେତା

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ଛକ ନିକଟରେ ବୁଧବାର ସନ୍ଧ୍ୟା ସମୟରେ ଏକ ସିରିଜ୍ ଦୁର୍ଘଟଣା ଘଟିଥିଲା । ଟ୍ରକ୍, କାର୍ ସହ ୫ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୮ରୁ ଉର୍ଦ୍ଧ୍ବ ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିଲେ ।