ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ୍ (ଆଇସା) ମୁଖ୍ୟ ନେହା ବୋରାଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଝଡ଼ ସୃଷ୍ଟି ହୋଇଛି । ଭିଡିଓରେ ନେହା ବୋରା ରାସ୍ତା ଦେଖାଇବା ଲାଗି ବାଂଲାଦେଶକୁ ଧନ୍ୟବାଦ ଦେଉଛନ୍ତି । ପ୍ରଥମେ ସିଜେପି ଏବଂ ପରେ କଂଗ୍ରେସ ସହ ମିଶି ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରୁଥିବା ନେହା ବୋରା ଏବଂ ବିରୋଧୀ ଏବେ ଶାସକ ଦଳ ଟାର୍ଗେଟକୁ ଆସିଛନ୍ତି । ନେହା ବୋରାଙ୍କ ମନ୍ତବ୍ୟକୁ ବିପଜ୍ଜନକ ଉଦ୍ଦେଶ୍ୟ କହି ବିଜେପି ଏବେ ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛି । ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ପ୍ରତିବାଦ ସମୟରେ ବ୍ୟାପକ ହିଂସା ହୋଇଥିବା ଏବଂ ରକ୍ତାକ୍ତ ସଂଘର୍ଷରେ କ୍ଷମତା ପରିବର୍ତ୍ତନ କରାଯାଇଥିଲା ।

ବିଜେପି ନେତାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ନେହା ବୋରା ବାଂଲାଦେଶର ଜେନ୍ ଜି ଆନ୍ଦୋଳନ ପଥ ପ୍ରଦର୍ଶନକାରୀ କହୁଥିବା ଶୁଣିବାକୁ ମିଳୁଛି । ଭିଡିଓରେ ସେ ସମର୍ଥନ ପାଇଁ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି । ନେହା କହୁଛନ୍ତି, "ଆମେ ଜାଣୁ ଯେ ଏହି ଦେଶରେ ଆମେ ଯେଉଁ ଜେନ ଜି ଆନ୍ଦୋଳନ ଦେଖୁଛୁ ତାହା ପ୍ରଥମେ ବାଂଲାଦେଶରେ ଆରମ୍ଭ ହୋଇଥିଲା । ଆମକୁ ପଥ ଦେଖାଇବା ପାଇଁ ଏବଂ ଏହି ଦେଶର ଯୁବପିଢ଼ିଙ୍କ ସମର୍ଥନ ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ । ଆମେ ଜାଣୁ ଯେ ବାଂଲାଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଭୋଟ ଅଧିକାର ପାଇଁ ଥିଲା । ଆଜି ଯୁବପିଢ଼ି ଯେଉଁ ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି ତାହା ଗଣତନ୍ତ୍ର ଏବଂ ଭୋଟ ଅଧିକାର ପାଇଁ ମଧ୍ୟ । ଆମେ ଜାଣୁ ଯେ ଆପଣ ଆପଣଙ୍କ ଦେଶରେ ଧାର୍ମିକ ମୌଳବାଦ ବିରୁଦ୍ଧରେ ଯେଉଁ ଲଢ଼େଇ କରିଥିଲେ ଏହି ଦେଶର ଯୁବପିଢ଼ି ମଧ୍ୟ ଲଢ଼େଇ କରୁଛନ୍ତି ।"

 

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ପୂରା ଇକୋସିଷ୍ଟମ କୌଣସି ରାଜନୈତିକ ଆନ୍ଦୋଳନ କରିବାକୁ ଚାହୁଁନାହାନ୍ତି, ସେମାନେ ବଳପୂର୍ବକ କ୍ଷମତା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଗାର୍ଲ, ଏକ ଇଣ୍ଟରଭ୍ୟୁରେ କହୁଛନ୍ତି ଯେ ସେ ବାଂଲାଦେଶର ଜେନ୍ ଜି ଆନ୍ଦୋଳନରୁ ପ୍ରଭାବିତ । ବାଂଲାଦେଶରେ ଯେପରି ହେଲା ଭାରତରେ ତାହା କରିବାକୁ ଚାହୁଁଛନ୍ତି । ଏହା ପ୍ରମାଣିତ କରୁଛି ଯେ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟ ରାଜନୈତିକ ଗତିରୋଧ ନୁହେଁ, ଭାରତର ସମ୍ୱିଧାନ, ଗଣତନ୍ତ୍ରକୁ ଧ୍ୱଂସ କରିବା ଅଟେ ।