କେନ୍ଦ୍ରାପଡ଼ା ୧୮।୬: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପ୍ରଶାସନ ଓ ତିଖିରି ସରପଞ୍ଚ ଚାମେଲି ଓଝା ବିବାଦର ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା BDO ରବିନାରାୟଣ ଆଚାର୍ଯ୍ୟ l ଘଟଣା ଦିନ କ’ଣ ଘଟିଥିଲା ସେ ସମ୍ପର୍କରେ BDO ଟିକିନିଖି ପ୍ରତିକ୍ରିୟା ରଖିଛନ୍ତି l ଘଟଣା ଦିନ ମନା କରିବା ସତ୍ତ୍ୱେ ଚାମେଲି ତାଙ୍କ ଚାମ୍ବର ଭିତରେ ଭିଡିଓ ରେକର୍ଡିଂ କରିଥିଲେ ବୋଲି BDO କହିଛନ୍ତି l

ତେବେ ସେଦିନ ଯେଉଁମାନେ ଚାମ୍ବର ଭିତରକୁ ଆସିଥିଲେ ସେମାନେ କେହି ବି ଅନୁମତି ନେଇ ନଥିଲେ l ତେବେ ଚାମ୍ବରରେ ଉଭୟ ଗୋଷ୍ଠୀ ଭିତରେ ପାଟିତୁଣ୍ଡ ହୋଇଥିଲା l ଫଳରେ ବାଧ୍ୟ ହୋଇ ସେ ପୋଲିସରେ ଅଭିଯୋଗ କରିଥିଲେ l

Also Read:- SIR କାର୍ଯ୍ୟକ୍ରମରେ ଅବହେଳା ଓ କର୍ତ୍ତବ୍ୟରେ ଅନୁପସ୍ଥିତ ଅଭିଯୋଗ : ଦୁଇ BLO ନିଲମ୍ବିତ

ସବୁଠାରୁ ବଡ଼ କଥା ହେଲା ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ ବୋଲି BDO କହିଛନ୍ତି l ସବୁ ସମସ୍ୟାର ତୁରନ୍ତ ସମାଧାନ ହେଉ, ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେଉ ବୋଲି ମହାକାଳପଡ଼ା ବ୍ଲକ୍ BDO ନିଜ ପ୍ରତିକ୍ରିୟାରେ କହିଛନ୍ତି l