କେନ୍ଦ୍ରାପଡ଼ା ୧୮।୦୬ : ହସ୍ପିଟାଲରୁ ବାହାରିଲେ ଚାମେଲି । ସପ୍ତାହକ ପରେ ହସ୍ପିଟାଲରୁ ବାହାରିଲେ ଚାମେଲି । ଜୁନ୍ ୧୧ରେ ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତିଖିରି ପଞ୍ଚାୟତର ବିବାଦୀୟ ସରପଞ୍ଚ ଚାମେଲି ଓଝା ।

ସେପଟେ କେନ୍ଦ୍ରାପଡ଼ା ଏସ୍ପି ଅଫିସ୍ ଆଗରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ ଚାମେଲି ଓଝା । ଦାବି ପୂରଣ ନହେଲେ ୨୪ ତାରିଖରେ ଦେବେ ଧାରଣା । DG ଓ IGଙ୍କୁ ଚିଠି ଲେଖି ଜଣାଇଲେ ଚାମେଲି । ଏସ୍ପି ଓ ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ପାଇନଥିବା ଜଣାଇଲେ । ୭ ଅଭିଯୁକ୍ତ, ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଉ ଏବେ ବିବାଦର ୮ ଦିନ ପରେ ମୁହଁ ଖୋଲିଛନ୍ତି ମହାକାଳପଡ଼ା BDO ରବିନାରାୟଣ ଆଚାର୍ଯ୍ୟ l ଘଟଣା ଦିନ କ’ଣ ଘଟିଥିଲା ସେ ସମ୍ପର୍କରେ BDO ଟିକିନିଖି ପ୍ରତିକ୍ରିୟା ରଖିଛନ୍ତି l ଘଟଣା ଦିନ ମନା କରିବା ସତ୍ତ୍ୱେ ଚାମେଲି ତାଙ୍କ ଚାମ୍ବର ଭିତରେ ଭିଡିଓ ରେକର୍ଡିଂ କରିଥିଲେ ବୋଲି BDO କହିଛନ୍ତି l ସେଦିନ ଯେଉଁମାନେ ଚାମ୍ବର ଭିତରକୁ ଆସିଥିଲେ ସେମାନେ କେହି ବି ଅନୁମତି ନେଇନଥିଲେ l  ଚାମ୍ବରରେ ଉଭୟ ଗୋଷ୍ଠୀ ଭିତରେ ପାଟିତୁଣ୍ଡ ହୋଇଥିଲା l ଫଳରେ ବାଧ୍ୟ ହୋଇ ସେ ପୋଲିସରେ ଅଭିଯୋଗ କରିଥିଲେ l ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ ବୋଲି BDO କହିଛନ୍ତି l ସବୁ ସମସ୍ୟାର ତୁରନ୍ତ ସମାଧାନ ହେଉ, ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେବ ।

Also Read:-SP ଅଫିସ୍ ଆଗରେ ଧାରଣା ଦେବେ ଚର୍ଚ୍ଚିତ ସରପଞ୍ଚ ଚାମେଲି, DG ଓ IGଙ୍କୁ ଲେଖିଲେ ଚିଠି