କେନ୍ଦ୍ରାପଡ଼ା ୧୮।୬: କେନ୍ଦ୍ରାପଡ଼ା ଏସ୍‌ପି ଅଫିସ୍ ଆଗରେ ଧାରଣାରେ ବସିବେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା । ଦାବି ପୂରଣ ନହେଲେ ୨୪ ତାରିଖରେ ଧାରଣା ଦେବେ। ଏନେଇ DG ଓ IGଙ୍କୁ ଚାମେଲି ଚିଠି ଲେଖି ଜଣାଇଛନ୍ତି। ଏସ୍‌ପି ଓ ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ପାଇନଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ୭ ଅଭିଯୁକ୍ତ, ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଚାମେଲି କହିଛନ୍ତି ଡକ୍ୟୁମେଣ୍ଟ ନଦେବା ଯାଏଁ ମେଡିକାଲ ଛାଡିବେନି । ମେଡିକାଲ ବିରୁଦ୍ଧରେ ଚାମେଲିଙ୍କ ଗୁରୁତର ଅଭିଯୋଗ। ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆଡମିସନ ମେଡିକାଲ ଡକ୍ୟୁମେଣ୍ଟ ଦେଉନି। ପ୍ରଥମ ପର୍ଯ୍ୟାୟ ଆଡମିଶନର ଡିସଚାର୍ଜ ଟିକେଟ୍ ମେଡିକାଲ ଦେଉନି। ଡକ୍ୟୁମେଣ୍ଟ ପାଇଲେ ମେଡିକାଲ ଛାଡ଼ିବେ ବୋଲି ରୋକଠୋକ କହିଛନ୍ତି। ସେହିପରି ଡାକ୍ତର ମୋତେ ବଳପୂର୍ବକ ପୋଲିସ ହାତରେ ଟେକିଦେଇଥିବା ଅଭିଯୋଗ କରିଛନ୍ତି ।  ଟେଷ୍ଟ ରିପୋର୍ଟ ମେଡିକାଲ କର୍ତ୍ତୃପକ୍ଷ ଦେଉନାହାନ୍ତି ବୋଲି ଚାମେଲି ଅଭିଯୋଗ କରିଛନ୍ତି ।

Also Read:- ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି : ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି, ୭ ଦିନରେ ଦେବେ ରିପୋର୍ଟ

ସେପଟେ ବିବାଦର ୮ ଦିନ ପରେ ମୁହଁ ଖୋଲିଛନ୍ତି ମହାକାଳପଡ଼ା BDO ରବିନାରାୟଣ ଆଚାର୍ଯ୍ୟ l ଘଟଣା ଦିନ କ’ଣ ଘଟିଥିଲା ସେ ସମ୍ପର୍କରେ BDO ଟିକିନିଖି ପ୍ରତିକ୍ରିୟା ରଖିଛନ୍ତି l ଘଟଣା ଦିନ ମନା କରିବା ସତ୍ତ୍ୱେ ଚାମେଲି ତାଙ୍କ ଚାମ୍ବର ଭିତରେ ଭିଡିଓ ରେକର୍ଡିଂ କରିଥିଲେ ବୋଲି BDO କହିଛନ୍ତି l ସେଦିନ ଯେଉଁମାନେ ଚାମ୍ବର ଭିତରକୁ ଆସିଥିଲେ ସେମାନେ କେହି ବି ଅନୁମତି ନେଇ ନଥିଲେ l ଚାମ୍ବରରେ ଉଭୟ ଗୋଷ୍ଠୀ ଭିତରେ ପାଟିତୁଣ୍ଡ ହୋଇଥିଲାl ଏଥିପାଇଁ ବାଧ୍ୟ ହୋଇ ସେ ପୋଲିସରେ ଅଭିଯୋଗ କରିଥିଲେ l

ସବୁଠାରୁ ବଡ଼ କଥା ହେଲା ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ ବୋଲି BDO କହିଛନ୍ତି l ସବୁ ସମସ୍ୟାର ତୁରନ୍ତ ସମାଧାନ ହେଉ, ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେଉ ବୋଲି ମହାକାଳପଡ଼ା ବ୍ଲକ୍ BDO ନିଜ ପ୍ରତିକ୍ରିୟାରେ କହିଛନ୍ତି l