ଭୁବନେଶ୍ୱର ୧୭।୦୯ : ଆସିଲା ବଡ଼ ଖବର । ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ । ଜଗମୋହନ ମୀନାଙ୍କ ଗ୍ରହଣ କଲେ କେନ୍ଦ୍ର ସରକାର ।ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

୨୦୧୩ ବ୍ୟାଚ୍ ଆଇପିଏସ୍ ଜଗମୋହନ ମୀନା IPS ଚାକିରି ଛାଡିବା ପାଇଁ ଆବେଦନ କରିଥିଲେ । ଗତ ଜୁଲାଇ ୫ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ଜଗମୋହନ ମୀନା । କିନ୍ତୁ ତାଙ୍କ ଇସ୍ତଫାକୁ ପ୍ରଥମେ ଗ୍ରହଣ କରାଯାଇନଥିଲା। ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନେ ତାଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ଜଗମୋହନ ମୀନା । ପରେ ରାଜ୍ୟ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିଥିଲେ । ଏହାପରେ କେନ୍ଦ୍ରକୁ ପଠାଯାଇଥିଲା ଇସ୍ତଫା ପତ୍ର । ଶେଷରେ ଆଜି ମାନେ ଗୁରୁବାର ଦିନ ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଥିବା ନେଇ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

Also Read:-ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ! ସରକାରଙ୍କୁ ପଠାଇଲେ ଇସ୍ତଫା ପତ୍ର

ସୂଚନାଯୋଗ୍ଯ ଯେ, ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ହେଲେ ଶ୍ରୀ ମୀନା। ସେ ୨୦୨୫ରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେ ଅନୁଗୋଳ ଏବଂ ଗଞ୍ଜାମର ଏସପି ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । କଟକର ଡିସିପି ଭାବେ ମଧ୍ୟ ସେ ଦାୟିତ୍ୱ ନେଇଛନ୍ତି । ଜଣେ ଦକ୍ଷ ଆଇପିଏସ୍‌ ଅଫିସର ଭାବେ ବେଶ୍‌ ଜଣାଶୁଣା ଥିଲେ ଜଗମୋହନ ମୀନା । ସେ ଆଇପିଏସ୍ ହେବା ପୂର୍ବରୁ IIT Kanpurରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ B.Tech ଏବଂ M.Tech ଶିକ୍ଷା ଶେଷ କରିଥିଲେ । ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ୨୦୧୯ରେ Police Medal for Gallantry(ବୀରତ୍ୱ ପଦକ), ୨୦୨୧ରେ Police Antrik Suraksha Seva Padak ଏବଂ ୨୦୨୩ରେ ଗଭର୍ଣ୍ଣର ମେଡାଲରେ ସମ୍ମାନିତ କରାଯାଇଥିଲା ।