ପାଟଣା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାର ଉପଦ୍ରବ । ଭାଙ୍ଗିଲା ୨ଟି ଘର । ଘର ଭାଙ୍ଗି ଘର ଭିତରୁ ଖାଇଗଲା ଧାନଚାଉଳ । ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଖୁଣ୍ଡା ସେକ୍ସନ୍ କଟୁପଶି ଓ ପାରୁଡିପଶି ଗାଁରେ ୨ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଗଲା ଗୋଠଛଡ଼ା ଦନ୍ତାହାତୀ ।

Also Read...Biramaharajpur strike: ଆରକ୍ଷୀ ଅଧିକ୍ଷକ ଓ ଥାନା ଅଧିକାରୀଙ୍କ ବଦଳି ଦାବି, ତେଜିଲା ପ୍ରତିବାଦ

ପାରୁଡିପଶି ଗାଁର ବିରଞ୍ଚି ବେହେରାଙ୍କ ଘର ଭାଙ୍ଗିଥିବା ବେଳେ କଟୁପଶି ଗାଁର ଗମା ମହାନ୍ତଙ୍କ ଘର ଭାଙ୍ଗିଦେଇଛି ଗୋଠଛଡା ଦନ୍ତାହାତୀ । ଘର ଭାଙ୍ଗି, ଘର ଭିତରେ ଥିବା ଧାନ, ଚାଉଳ ଖାଇ ଦେଇଛି ଗୋଠଛଡ଼ା ଦନ୍ତା । ଗତ ୧ସପ୍ତାହ ଧରି ଏହି ଗୋଠଛଡ଼ା ଦନ୍ତାହାତୀ, ଚମ୍ପୁଆ ରେଞ୍ଜରେ ଆତଙ୍କ ଖେଳାଇବା ସହ ବିଭିନ୍ନ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ, ପନିପରିବା,ତରଭୁଜ ,ଗହମ ,ଖରାଟିଆ ଧାନ ଚାଷ ନଷ୍ଟ କରୁଛି । ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି।