ନୂଆଦିଲ୍ଲୀ, ୧୪।୧୧ : ନଭେମ୍ବର ମାସ ୧୩ ତାରିଖ । ଏପରି ଏକ ଦିନ ଯାହାକୁ ଭାରତୀୟ କ୍ରିକେଟ୍ ଟିମ୍ ଏବଂ ଫ୍ୟାନ୍ସ ଭୁଲିବାକୁ ଚାହିଁବେ । କାରଣ ୩୩୪ ରନର ପିଛା କରୁଥିଲା ଭାରତ । ସମସ୍ତେ ଭାବୁଥିଲେ ବିରାଟ କୋହଲି ରୋହିତ ଶର୍ମା ଶତକ ମାରିବେ । ଦଳକୁ ଜିତାଇବେ । ହେଲେ ଉଭୟ ବ୍ୟାଟର ଜିରୋରେ ପ୍ୟାଭିଲିୟନ ଫେରିଥିଲେ । ପୂରା ଟିମ୍ ୮୯ ରନରେ ଅଲଆଇଟ୍ ହୋଇଯାଇଥିଲା । ଏପରିକି ୨୪୪ ରନରେ ନ୍ୟୁଜିଲାଣ୍ଡଠୁ ହାରିଥିଲା ଦଳ ।

ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ପ୍ରଥମେ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି ବି ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ଶ୍ରେୟସ ଆୟର ମଧ୍ୟ ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ତେବେ ଜିରୋରେ ଆଉଟ୍ ହେଲା ପରେ ବିରାଟ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ସହ ସମାନ ହୋଇଛନ୍ତି । ଉଭୟ ଖେଳାଳି ୨୦ ଥର ଡକ୍ ରେ ଆଉଟ୍ ହୋଇଛନ୍ତି । କିନ୍ତୁ କୋହଲି ଏହି କ୍ଷେତ୍ରରେ ଆଗରେ ଅଛନ୍ତି । ୩୨୧ଟି ମ୍ୟାଚରୁ କୋହଲି ଏହି ଅଲୋଡା ରେକର୍ଡ ହାସଲ କରିଥିବା ବେଳେ ସଚିନ ୪୬୩ଟି ମୁକାବିଲାରେ ଡକ୍ ରେ ଆଉଟ୍ ହୋଇଥିଲେ ।

ତାଲିକାରେ ଜାଭାଗଲ ଶ୍ରୀନାଥ ତୃତୀୟ ସ୍ଥାନରେ ଅଛନ୍ତି । ସେ ୧୯ ଥର ଡକରେ ଆଉଟ୍ ହୋଇଛନ୍ତି । ଏହା ପଛକୁ ଅନିଲ କୁମ୍ବଲେ ଏବଂ ରୋହିତ ଶର୍ମା ରହିଛନ୍ତି । ଉଭୟ ୧୬ ଥର ଡକରେ ପ୍ୟାଭିଲିୟନ୍ ଫେରିଛନ୍ତି ।

Also Read :- ୧୧ ବର୍ଷରେ ବୋଧନାଙ୍କ ବିଶ୍ୱ ରେକର୍ଡ, ଭାରତୀୟ ବଂଶୋଦ୍ଭବ ହୋଇ ରଖିଲେ ଦେଶର ଗୌରବ

ପରାଜୟକୁ ନେଇ କ'ଣ କହିଲେ ଶ୍ରେୟସ

ଭାରତୀୟ ଦଳର ଶୋଚନୀୟ ପରାଜୟକୁ ନେଇ ଅଧିନାୟକ ଶ୍ରେୟସ ନ୍ୟୁଜିଲାଣ୍ଡ ବୋଲର ମ୍ୟାଟ୍ ହେନରୀଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ହେନରୀ ଦମଦାର ବୋଲିଂ କରିଥିଲେ । ସେ ଭାରତୀୟ ବ୍ୟାଟରଙ୍କୁ ନିଜ ଜାଲରେ ଫସାଇବାରେ ସଫଳ ହୋଇଥିଲେ । ଫଳରେ ଦଳ ଏପରି ଦଶା ଭୋଗିଲା ବୋଲି ଶ୍ରେୟସ କହିଛନ୍ତି ।