ଛିନ୍ଦଓ୍ଵାଡ଼ା: ମଧ୍ୟପ୍ରଦେଶରୁ ଆସିଛି ବହୁତ ବଡ଼ ଖବର। ରାଜ୍ୟର ଛିନ୍ଦଓ୍ଵାଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଫେରିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବସ୍ ଏବଂ ଗୋଟିଏ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ୩୧ ଜଣ ଆହତ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘଟଣା ଉପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନ ପ୍ରତି ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ଏକ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।

Also Read: ଟ୍ରକକୁ ଧକ୍କା ଦେଇ ବସରେ ଲାଗିଗଲା ନିଆଁ : ଜଳିଗଲେ ୮ ଯାତ୍ରୀ

ଜିଲ୍ଲାର ଏସପି କହିଛନ୍ତି, ଘଟଣା ନାଗପୁର ରୋଡ୍ ସିମରିୟା ନିକଟରେ ଘଟିଛି, ଯାହା ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ। ମୃତକଙ୍କ ମଧ୍ୟରେ ଛଅ ପୁରୁଷ, ତିନି ମହିଳା ଏବଂ ଜଣେ ଛୋଟ ପିଲା ସାମିଲ୍। ଛିନ୍ଦଓ୍ଵାଡ଼ାର ଜିଲ୍ଲାପାଳ ହରେନ୍ଦ୍ର ନାରାୟଣ କହିଛନ୍ତି, ଦୁର୍ଘଟଣାରେ ୩୧ ଜଣ ଆହତ ହୋଇଛନ୍ତି। ଏଥିରୁ ୩/୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଚିକିତ୍ସା ପାଇଁ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରର ନାଗପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।