ହାଇଦ୍ରାବାଦ,୨୬ /୦୩: ଭୟଙ୍କର ଦୁର୍ଘଟଣା। ଜୀଅନ୍ତା ଜଳିଗଲେ ୮ ଯାତ୍ରୀ । ୧୮ରୁ ଅଧିକ ଆହତ । ଏକ ଟ୍ରକ୍ ସହ ଯାତ୍ରୀବାହୀ ବସ୍ ଧକ୍କା ଦେବାକୁ ଏପରି ଅଘଟଣ ଘଟିଛି ।

ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ମାର୍କାପୂରମ ନିକଟସ୍ଥ ରାୟବରମରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାସହ ୧୮ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବସଟି ଦ୍ରୁତ ଗତିରେ ଆସୁଥିଲା । ରାସ୍ତାରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା । ଯେଉଁଥିରେ ବସଟି ସମ୍ପୂର୍ଣ୍ଣ ଭାବେ ପାଉଁଶ ପାଲଟିଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଁଚି ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

କୁହାଯାଉଛି ଯେ, ବସଟି ହାଇଦ୍ରାବାଦରୁ ପାମୁରୁ ଯାଉଥିଲା । ସକାଳ ପ୍ରାୟ ୬ଟା୩୦ରେ ବୁଲାଣି ରାସ୍ତାରେ ହିଁ ଗ୍ରାନାଇଟ୍ ନେଇ ଯାଉଥିବା ଏକ ଟ୍ରକକୁ ବସଟି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନେ ଭିତରୁ ବାହାରି ପାରିନଥିଲେ । ସେମାନେ ଫସି ରହିଥିଲେ । ମାତ୍ର ୧୦ରୁ୧୨ ଜଣ ଯାତ୍ରୀ ଝକା ଦେଇ ବାହାରକୁ ଆସିବାରେ ସଫଳ ହୋଇଥିଲେ । କିନ୍ତୁ ଅନ୍ୟ ମାନେ ବାହାରିପାରିନଥିଲେ ।