କଟକ: ମେ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)। ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ପକ୍ଷରୁ ପ୍ରବେଶିକା ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। OTET 2026 ପରୀକ୍ଷା ସୂଚୀ ଅନୁଯାୟୀ, ଯୋଗ୍ୟ ପ୍ରାର୍ଥୀମାନେ ମେ ୨୯ରେ OTET 2026 ପାଇଁ ସରକାରୀ ୱେବସାଇଟ୍ www.bseodisha.nic.in ରେ ଅନଲାଇନରେ ଆବେଦନ କରିପାରିବେ।

- ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା

- ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କଲା BSE କଟକ

- ଆସନ୍ତା ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ

- ଉଭୟ ଇନ୍-ସର୍ଭିସ, ନୂଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ

OTET 2026 ପେପର-୧ ସକାଳ ୯ ଟାରୁ ୧୧ଟା ୩୦ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ, ପେପର-୨ ଅପରାହ୍ନ ୨ ଟାରୁ ୪ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ମାର୍ଚ୍ଚ ୨୬ ରୁ ଏପ୍ରିଲ ୯ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ଫି ଦେୟ ଏବଂ ଫର୍ମ ଦାଖଲ ୯ ଏପ୍ରିଲ ରାତି ୧୧.୪୫ ସୁଦ୍ଧା ଅନଲାଇନ୍ ମୋଡ୍ ମାଧ୍ୟମରେ କରାଯିବ।

Also Read: B.Ed, B.H.Ed, M.Ed ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି, ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ

ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ ସମ୍ବଳିତ ନିର୍ଦ୍ଦେଶାବଳୀ, ପାଠ୍ୟକ୍ରମ ଏବଂ ଜାରି ପ୍ରମାଣପତ୍ର ପାଇଁ ଫର୍ମାଟ୍ (ୱେବସାଇଟ୍) www.bseodisha.nic.in ରେ ଉପଲବ୍ଧ।

ଓଟିଇଟି ୨୦୨୬ ଆଡମିଟ୍ କାର୍ଡ ୧୫ ମଇ ଠାରୁ ଉପଲବ୍ଧ ହେବ ବୋଲି ବିଏସଇ ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ମଧ୍ୟ ସତର୍କ କରାଇ ଦେଇଛି ଯେ ଅନଲାଇନ୍ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କ ଦ୍ଵାରା ଦାଖଲ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି, ବିଷୟ ଇତ୍ୟାଦି ସୂଚନା ପରବର୍ତ୍ତୀ ପର୍ଯ୍ୟାୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ।