ଜଗତସିଂହପୁର ୦୬।୦୯ : ସ୍ତ୍ରୀକୁ ତେଣ୍ଟାରେ ଭୁସି ହତ୍ୟା । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗାଁର ଆସିଛି ନୃଶଂସ ହତ୍ୟାକାଣ୍ଡର ଭୟଙ୍କର ଚିତ୍ର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ବାଦଲ ସ୍ୱାଇଁ ନିଜ ସ୍ତ୍ରୀଙ୍କୁ ତେଣ୍ଟାରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାଦଲ ସ୍ୱାଇଁ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲା। କୌଣସି ପାରିବାରିକ କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଝଗଡ଼ା ତୀବ୍ର ରୂପ ନେବାରୁ ଉତ୍ତ୍ୟକ୍ତ ବାଦଲ ଘରେ ଥିବା ଏକ ତେଣ୍ଟାରେ ସ୍ତ୍ରୀଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା।

Also Read:-ସେନା-ଆତଙ୍କବାଦୀ ମୁହାଁମୁହିଁ, ୧୨୯ ମୃତ : ତିନି ଦିନ ହେଲା ଚାଲିଛି ଯୁଦ୍ଧ

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ତୁରନ୍ତ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଅଭିଯୁକ୍ତ ସ୍ୱାମୀ ବାଦଲ ସ୍ୱାଇଁକୁ ପୋଲିସ କାବୁ କରି ଗିରଫ କରିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚରା ଜାରି ରହିଛି।