ରାଉରକେଲା ୨୫।୦୮ : ଘଟିଲା ଅଘଟଣ । ଅକାରଣେ ଚାଲିଗଲା ୨ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋସ ଥାନା ଗୀର୍ଜା ଟୋଲିରୁ ଆସିଛି ଏଭଳି ଅଭାବନୀୟ ଘଟଣା । ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା ।

ଖବର ଅନୁଯାୟୀ, ରାତିରେ ଖାଇ ସାରି ଶୋଇଥିଲେ ଭାଇ-ଭଉଣୀ । ଶୋଇଥିବା ଅବସ୍ଥାରେ ବିଷଧର ସାପ ଚୋଟ ମାରିଥିଲା । ଯାହା ପରେ ଭାଇ-ଭଉଣୀ ଦୁଇ ଜଣ ଅଚେତ ହୋଇ ପଡିଥିଲେ । ପରିବାର ଲୋକ ଏ ସଂପର୍କରେ ଜାଣି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ଭାଇ-ଭଉଣୀଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ମୃତକଙ୍କ ମଧ୍ୟରେ ଭାଇ ସମୀର ହରୋ (ବୟସ ୧୦), ଭଉଣୀ ସାଇରନ ହରୋ (ବୟସ ୮ ବର୍ଷ ) ରହିଛନ୍ତି ।

Also Read:-ଅସୁରଙ୍କ ଗୁରୁ ଅବତାରରେ ଅକ୍ଷୟ ଖନ୍ନା ! ‘ମହାକାଳୀ’ରେ ଫ୍ୟାନ୍ସ ଦେଖିବେ ରେହମାନଙ୍କ ନୂଆ ରୂପ...

ଅନ୍ୟପଟେ ଭାଇ-ଭଉଣୀଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଦୁଇ ସନ୍ତାନଙ୍କୁ ହରାଇ ବାପା-ମାଆଙ୍କ ଆଖିରୁ ଲିଭୁନି ଲୁହ । କୋଳଶୁନ୍ୟ ପିତାମାତା ଏବେ ଭାଙ୍ଗିପଡିଛନ୍ତି ।