ଚୌଦ୍ବାର ୩୧।୧୨: ନିର୍ଗୁଣ୍ଡି ଷ୍ଟେସନ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଏବଂ ଆଡିସନାଲ ଏସ୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୨ ଯୁବକଙ୍କ ମଧ୍ୟରୁ ଜଣେ ତେରୁଆ ଗାଁର ଏମ୍‌.ଡି. ସୋହେବ ଏବଂ ଅନ୍ୟ ଜଣେ ଚୌଦ୍ବାର ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ନିର୍ଗୁଣ୍ଡି ଠାରେ ଥିବା ଏକ JCB ଲେଦ ଦୋକାନରେ ପଡ଼ିଛି ଦୁଇଟି ମୃତଦେହ । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ ଟିମ୍ ଆସି ପହଞ୍ଚି ତଦନ୍ତ ଆରମ୍ଭ କରିଛି l

​​​​​​​

ମୃତ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳ ହୋଇଥିବା ବେଳେ ଗତ ୪ ଦିନ ତଳେ ଲେଦ ଦୋକାନରୁ ବହୁ ସାମଗ୍ରୀ ଚୋରି ହୋଇଥିଲା l ଏନେଇ ଲେଦ ମାଲିକ ସହ କର୍ମଚାରୀ ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ ଦୋକାନରେ ଗତ ରାତିରେ ଜଗି ରହିଥିଲେ l ଦୁଇ ଯୁବକ ଗତ ରାତିରେ ପୁନର୍ବାର ପଶିଥିବା ବେଳେ ସେମାନଙ୍କ ସହ ହାତାହାତି ହୋଇଥିବା ବେଳେ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଗୋଟେ ସ୍କୁଟି ଓ ପ୍ୟାଣ୍ଟ, ସାର୍ଟ, ଜୋତା ଆଦିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି ।